ଆଜିଠାରୁ ଆରମ୍ଭ ହେଉଛି କେଦାରନାଥ ଯାତ୍ରା ! ଗୌରୀକୁଣ୍ଡରୁ କେଦାରନାଥ ଯାଏଁ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

67

କନକ ବ୍ୟୁରୋ : ଖୋଲିଲା ବାବା କେଦାରନାଥଙ୍କ ଦ୍ୱାର । ସକାଳ ୬ଟା ୧୦ ମିନିଟରେ ବାବାଙ୍କ ଦ୍ୱାର ମନ୍ତ୍ରୋଚାରଣ ସହ ଖୋଲାଯାଇଥିଲା । ଏହାପରେ ଗର୍ଭଗୃହରେ ରୀତିନୀତି ସହ ସ୍ୱୟଂ ପ୍ରକଟ ହୋଇଥିବା ଶିବ ଲିଙ୍ଗର ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ୨୦ କୁଇଂଟାଲ୍ ଫୁଲରେ ଶୈବପୀଠକୁ ସଜାଯାଇଥିଲା । ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ କେ.କେ.ପାଲ୍ କେଦାରନାଥ ଦର୍ଶନ କରିଛନ୍ତି । କେଦାରନାଥ ଯାତ୍ରା ଆରମ୍ଭ ହେବା ପରେ ଉତରାଖଣ୍ଡ ରାଜ୍ୟ ସରକାର ମେ ୪ ତାରିଖଯାଏଁ ଲେଜର୍ ସୋ’ର ଆୟୋଜନ କରିଛନ୍ତି ।

ଏହା ବ୍ୟତୀତ ଭକ୍ତଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ଅନ୍ୟତମ । ଶୀତଋତୁରେ ମନ୍ଦିରର ସମସ୍ତ ବାଟ ବରଫପାତ ଯୋଗୁ ବନ୍ଦ ହୋଇଯାଉଥିବାରୁ ଭକ୍ତ ଉକ୍ରଣ୍ଠାର ସହ କେଦାରନାଥ ଯାତ୍ରାକୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷରେ ଏକ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତ ଯାତ୍ରା ପାଇଁ ପଂଜୀକରଣ କରିଛନ୍ତି । କେଦାରନାଥ ଯାତ୍ରା ସହ ଉତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତକାଲି ଅନ୍ୟତମ ଶୈବପୀଠ ବଦ୍ରିନାଥ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ।