ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେ କବିତାଙ୍କ ନାଁ । ପଢନ୍ତୁ, କଣ କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ।

374

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ନେତା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହାଜର ହେବା ପାଇଁ ସମନ ପଠାଇଛି । ସେପଟେ କବିତା ଇଡିରେ ହାଜର ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ଇଡିର ସମର୍ଥନ କରୁଛି । ଗତ ଜୁନ୍ ମାସରୁ କେନ୍ଦ୍ର ସରକାର ଲଗାତର ତଦନ୍ତକାରୀ ସଂସ୍ଥାକୁ ତେଲେଙ୍ଗାନା ପଠାଉଛନ୍ତି । ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏଭଳି କରାଯାଉଥିବା କବିତା କହିଛନ୍ତି । କବିତା ଆହୁରି କହିଛନ୍ତି, ଯେଉଁଠି ନିର୍ବାଚନ ଥାଏ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପୂର୍ବରୁ ଇଡି ପହଞ୍ଚି ଯାଉଛି । ସେପଟେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆମରଣ ଅନଶନ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିରେ ୧୮ ରାଜନୈତିକ ଦଳ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।