ଦିଲ୍ଲୀ ଏକ୍ସସାଇଜ ପଲିସି ମାମଲା : ଇଡିରେ ହାଜର ହେବେ କେସିଆରଙ୍କ ଝିଅ

101

କନକ ବ୍ୟୁରୋ : ତେଲେଙ୍ଗାନା ଯାଏଁ ଲମ୍ବିଛି ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମ । ଏହି ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ଆସନ୍ତା ୧୧ ତାରିଖରେ ସେ ଇଡିରେ ହଜାର ହେବେ ବୋଲି କେ କବିତା ଟୁଇଟ କରି ସୂଚନା ଦେଇଛନ୍ତି । ମାର୍ଚ୍ଚ ୯ ତାରିଖରେ ହାଜର ହେବାକୁ ଇଡି ସମନ ପଠାଇଥିଲା । ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି ।

ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲାଇଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛିି । ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ । ଅଭିଯୋଗ ରହିଛି ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିଲେ ।

ବିଆରଏସ ନେତ୍ରୀ କବିତା ସାଉଥ କୋର୍ଟଲର ଜଣେ ସଦସ୍ୟ ଅଟନ୍ତି । ଯେଉଁ ସଂସ୍ଥା ଜରିଆରେ ଆମ ଆଦମୀ ପାର୍ଟିକୁ ଲାଞ୍ଚ ପଠାଯାଇଥିଲା । ୨୦୨୧ ମସିହାରେ ଦିଲ୍ଲୀ ଏକ୍ସସାଇଜ ପଲିସି ସ୍ମାମ ଘଟଣା ସାମ୍ନାକୁ ଆସିଥିଲା । ମାମଲାକୁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍ସେନା ଉଠାଇବା ସହ ସିିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।