ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ : ମାଲକାନଗିରିରୁ ବିହାରକୁ ହେଉଥିଲା ଚୋରା ଚାଲାଣ

ପାଟ୍ରୋଲିଂ ସମୟରେ ଟ୍ରାକ୍ଟରରେ ବୋଝେଇ ଗଂଜେଇ ଜବତ, ପଛରେ ଆସୁଥିବା କାରରୁ ଉଦ୍ଧାର ହେଲା ବିରଳ କସ୍ତୁରୀ; ୮ ଗିରଫ

182

କନକ ବ୍ୟୁରୋ : ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ । ମାଲକାନଗିରି ଠାରୁ ସୁଦୁର ବିହାରକୁ ହେଉଥିଲା ଚୋରା ଚାଲାଣ । ଆଉ ମାଫିଆଙ୍କୁ ସହଯୋଗ କରୁଥିଲେ ପୁଲିସ କର୍ମଚାରୀ । ଏମ୍ଭି – ୭୯ ପୁଲିସ ପାଟ୍ରୋଲିଙ୍ଗ ସମୟରେ ଗୋଟିଏ ଟ୍ରାକକ୍ଟର ବୋଝେଇ ଗଂଜେଇ ଜବତ କରିବା ସହ ପଛରେ ଆସୁଥିବା କାରରୁ ଦୁଇଟି ବିରଳ କସ୍ତୁରୀକୁ ଜବତ କରିଛି । ସମ୍ଭବତଃ ମାଲକାନଗିରି ଜିଲ୍ଲାରୁ ବିରଳ କସ୍ତୁରୀ ମୃଗକୁ ହତ୍ୟା କରାଯାଇ ଏହି କସ୍ତୁରୀକୁ ସଂଗ୍ରହ କରାଯାଇଥିଲା ।

ବନ ବିଭାଗ ଏହି ବିରଳ କସ୍ତୁରୀ ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଏହାର ମୁଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ହବ ବୋଲି ଜଣା ପଡିଛି । କାରଣ ବଜାରରେ ୧୦ ଗ୍ରାମ କସ୍ତୁରୀ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି । ସେହିପରି ଜବତ ଗଂଜେଇର ମୁଲ୍ୟ ଏକ କୋଟି ହବ ବୋଲି ଜଣା ପଡିଛି । କାଲିମେଳା ଥାନାର ଜଣେ ହୋମଗାର୍ଡ ଓ ଜଣେ ମହିଳା ସମେତ ୮ ଜଣଙ୍କୁ ଗିରଫ କରି କରାଯାଇଥିବା ସୁଚନା ଦେଇଛନ୍ତି ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ ।