ଜମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟରରେ ନିପାତ ହେଲା ହିଜବୁଲ ମୁଜାହିଦିନ ଆତଙ୍କୀ ରିଆଜ୍ ନାଇକୁ, ବୁରହାନ ୱାନି ପରେ ହିଜବୁଲ ମୁଜାହିଦିନର ଥିଲା ଘାଟି ମୁଖ୍ୟ ।

618

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା । ଏନକାଉଣ୍ଟରରେ ନିପାତ ହୋଇଛି ଆତଙ୍କବାଦୀ ରିଆଜ୍ ନାଇକୁ । ରିଆଜକୁ ପୁଲୱାମାରେ ନିଜ ଗାଁ ବିଘିପୁରାରେ ତାକୁ ଏନକାଉଁଟର କରି ମାରିଛନ୍ତି ସୁରକ୍ଷାବଳ । ସୂଚନା ଅନୁଯାୟୀ ରିଆଜୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନର ଅପରେସନ ମୁଖ୍ୟ ଥିଲା । ବୁରହାନ ୱାନି ନିହତ ହେବା ପରେ ୨୦୧୬ ଜୁଲାଇରୁ ଘାଟିରେ ହିଜବୁଲ ମୁଜାହିଦିନର ମୁଖ୍ୟ ଥିଲା ରିଆଜୁ । ରିଆଜୁ ମୁଣ୍ଡ ପାଇଁ ସରକାର ୧୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଦୀର୍ଘ ବର୍ଷ ଧରି ସେ ଘାଟି ଅଂଚଳରେ ଆତଙ୍କବାଦ କାର୍ଯ୍ୟ ଚଳାଇ ଆସିଥିଲା । ସେଥିପାଇଁ ତା ଉପରେ ତୀକ୍ଷଣ ନଜର ରଖିଥିଲେ ସରକାର ।

ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଶୀର୍ଷସ୍ତରୀୟ ମୁଜାହିଦ୍ଦିନ୍ ଆତଙ୍କବାଦୀ ରିୟାଜ୍ ନାଇକୁ ନିରାପତ୍ତା ବଳଙ୍କ ସହ ଏନକାଉଣ୍ଟରରେ ନିହତ ହୋଇଥିବା କଥା ବୁଧବାର ଦିନ ଜଣେ ବରିଷ୍ଠ ନିରାପତ୍ତା ଅଧିକାରୀ କହିଛନ୍ତି। ବେଇଗପୋରା ଗୁଲଜାପୋରା ଅଞ୍ଚଳରେ ଆତ୍ମଗୋପନ କରିଥିବା ହିଜ୍ବଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁଙ୍କୁ ଧରିବାକୁ ମଙ୍ଗବାର ରାତିରୁ ତଲାସ ଅଭିଯାନ ଚାଲିଥିଲା । ଗୁଲଜାପୋରା ଗାଁ ହେଉଛି ହିଜବୁଲର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଆଠ ବର୍ଷ ହେବ ଫେରାର ଥିବା ରିୟାଜ୍ ଥିଲା କଶ୍ମୀର ଉପତ୍ୟକାର ସବୁଠୁ ବରିଷ୍ଠ ସକ୍ରିୟ କମାଣ୍ଡର୍। କୁଖ୍ୟାତ ଆତଙ୍କବାଦୀ ରିୟାଜ ନାଇକୁ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ଅନ୍ୟ ଦୁଇଟି ତଲାସ ଅଭିଯାନ ଚଳାଇ ଆଜି ସକାଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ରିୟାଜ ନାୟିକୁ ଧରିବାକୁ ଚାଲିଥିବା ଅଭିଯାନଟି ଥିଲା ତୃତୀୟ ଅଭିଯାନ । ଆଜି ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍ପୋରା ଗ୍ରାମରେ ନିରାପତ୍ତା ବଳଙ୍କ କର୍ଡନ୍ ଘେରରେ ହିଜ୍ବ୍-ଉଲ୍-ମୁଜାହିଦ୍ଦିନ୍ କମାଣ୍ଡର୍ ରିୟାଜ୍ ନାଇକୁ ଅଟକି ରହିଥିଲା ।