କନକ ବ୍ୟୁରୋ: ଆମେ କହୁଛୁ କୁନି ପୁଅ ମୋମିନ୍ ଇସାକଙ୍କ କଥା । ବୟସ ମାତ୍ର ୧୦ ବର୍ଷ । ତୃତୀୟ ଶ୍ରେଣୀର ଛାତ୍ର  । ହେଲେ ଛୋଟିଆ ମୁଣ୍ଡରେ ପ୍ରବଳ ବୁଦ୍ଧି । ଏଇ କୁନି ବୟସରେ ତିଆରି କଲେ ଏପରି ଏକ ମେସିନ୍ ଯାହା ଏକାବେଳେ ଫ୍ରିଜର , କୁଲର , ରୁମ୍ ୱାର୍ମର ଓ ରେଫ୍ରିଜରେଟରର କାମ କରିପାରିବ । ତାଙ୍କର ଏପରି ଆବିଷ୍କାର ତାଙ୍କୁ ପୁରା ଦେଶରେ ସୁନାମ ଆଣି ଦେଇଛି ।

Advertisment

ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ମୁନାଦ ଗୁଫାନ୍ ଗାଁର କୁନି ପୁଅ ମୋମିନ୍ ଇସାକ୍ । ଅତି ଅଭାବୀ ଘରର ପୁଅ । ହେଲେ ଆକାଂକ୍ଷା ଆକାଶଛୁଆଁ । ମାତ୍ର ୧୦ ବର୍ଷ ବୟସରେ ମୋମିନ୍ ଏପରି ଏକ ବିରଳ ମେସିନ୍ ତିଆରି କରିଛନ୍ତି ଯାହା ଆଜିଯାଏଁ କେହି ବି କରିନାହାଁନ୍ତି । ମୋମିନ୍ ତିଆରି କରିଛନ୍ତି ଫୋର୍ ଇନ୍ ୱାନ୍ ମେସିନ୍ । ଗୋଟିଏ ଉପକରଣରେ ୪ ପ୍ରକାର ମେସିନ୍ର ସୁବିଧା ଦେଇପାରିବ । ଫ୍ରିଜର, କୁଲର, ରୁମ୍ ୱାର୍ମର ଓ ରେଫିଜରେଟର ଭଳି କାମ କରିବ ।

ନିଜର ଏହି ବିରଳ ଆବଷ୍କାର ସେ ଗରୀବଙ୍କ ଉଦ୍ଦେଶ୍ୟରେ କରିଛନ୍ତି । ସେ ନିଜେ ଏକ ଗରିବ ପରିବାରରୁ ଆସିଛନ୍ତି । ଗରୀବ ଲୋକ ଆଧୁନିକ ଉପକରଣ କିଣିବାକୁ ସକ୍ଷମ ହେଉନଥିବାବେଳେ ସେମାନଙ୍କୁ ଏସବୁ ସୁବିଧା ଯୋଗାଇବ ମୋମିନଙ୍କ ଏହି ମଲ୍ଟି ଟାସ୍କିଙ୍ଗ ମେସିନ୍   ।ତେବେ ଏହା ପୂର୍ବରୁ ମାତ୍ର ୮ ବର୍ଷ ବୟସରେ କୁକୁଡା ଅଣ୍ଡା ଫୁଟାଇବାକୁ ଇନକ୍ୟୁବେଟର ତିଆରି କରି ଚର୍ଚ୍ଚାକୁ ଆସିଥିଲେ ମୋମିନ୍ ଇସାକ୍ ।

ଏତିକିରେ ବୁଝୁନି ମୋମିନଙ୍କ ମନ । ଆଗକୁ ଆହୁିର ଅନେକ ଉପକାରୀ ମେସିନ୍ ତିଆରି କରି ଦେଶର ଗୌରବ ହେବାକୁ ଲକ୍ଷ୍ୟ ରଖିଛନ୍ତି  । ଏହାପରେ ଗରୀବ ଚାଷୀଙ୍କ ପାଇଁ ଏକ କୀଟନାଶକ ମେସିନ୍ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋମିନ୍  ।ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି ।  ତେବେ ମୋମିନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିଲେ ସେ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି ସ୍କୁଲ ଶିକ୍ଷକ

ବାସ୍ତବରେ ଏଇ କୁନି ବୟସରେ ଏଭଳି ବିରଳ ମେସିନ୍ ତିଆରି ଦେଶ ପାଇଁ ଏକ  ନିଶ୍ଚିତ  ଭବିଷ୍ୟତର ଆଶା ସୃଷ୍ଟି କରିଛନ୍ତି ମୋମିନ୍ ।