ମୃତ୍ୟୁ ପୂର୍ବରୁ କଣ କହିଥିଲା କସାବ ! ପୋଲିସ ଖୋଲିଲେ ପୂରା ଗୁମର
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୯ ବର୍ଷ ପୂରିବାକୁ ଯାଉଛି । ୯ ବର୍ଷ ପୂର୍ବେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମାନେ ମୁମ୍ବାଇରେ ନର ସଂହାରଲୀଲା ଚଳାଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ପୂରା ଭାରତକୁ ଦୋହଲାଇ ଦେଇଥିଲା । ଏଥିରେ ୧୬୪ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ୧୦ ଜଣ ଆତଙ୍କବାଦୀ ଯେଉଁଭଳି ଭାବେ ନରସଂହାରଲୀଲା ଚଳାଇଥିଲେ ସେଥିରେ ପୂରା ସବ୍ଧ ହୋଇଯାଇଥିଲା ଭାରତ । ତେବେ ପୋଲିସ ଓ ସେନାର ମିଳିତ ଅଭିଯାନରେ ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଏକମାତ୍ର ଜୀବନ୍ତ ଆତଙ୍କବାଦୀ ଭାବେ କସାବକୁ ଧରା ଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତଭାର ଗ୍ରହଣ କରିଥିବା ପୂର୍ବ ପୋଲିସ ଅଫିସର ରମେଶ ମହାଲେ ଏହି ଆକ୍ରମଣକୁ ନେଇ ଏକ ନୂଆ ଖୁଲାସା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାଲେ କହିଛନ୍ତି, ଆକ୍ରମଣ ପରେ ଜୀବନ୍ତ ଧରା ପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ପଚରାଉଚରା କରିବା ସମୟରେ ଭାରତୀୟ ଆଇନ ବ୍ୟବସ୍ଥାକୁ ହସରେ ଉଡାଇଦେଇଥିଲା । କସାବ କହିଥିଲା, ଅଫଜଲ ଗୁରୁ ଭଳି ଆତଙ୍କବାଦୀକୁ ଯେଉଁଠି ୮ ବର୍ଷ ହେଲା ଫାଶି ଦିଆଯାଇପାରୁନି ସେଠି ତାକୁ କିଏ ଫାଶି ଦେବ ବୋଲି ପୋଲିସ ଅଧିକାରୀକୁ ପ୍ରଶ୍ନ କରିଥିଲା । ତେବେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ୪ ବର୍ଷ ପୂରିବାକୁ କିଛି ଦିନ ବାକି ଥିବା ବେଳେ କସାବକୁ ଫାଶି ଦେବା ପାଇଁ ନିର୍ଦ୍ଦେଶ ଆସିଲା । ଏପରିକି ଯେଉଁଦିନ କସାବକୁ ଫାଶି ଦେବା ପାଇଁ ଆର୍ଥର ରୋଡରୁ ୟରୱାଡା ଜେଲକୁ ନିଆଯାଇଥିଲା ସେହିଦିନ ମଧ୍ୟ ମହାଲେ କସାବ ସହିତ ଥିଲେ । ସେତେବେଳେ ସେ କସାବକୁ ମନେପକାଇ ଦେବା ସହ କହିଥିଲେ ମାତ୍ର ୪ ବର୍ଷ ମଧ୍ୟରେ ତୁମକୁ ଫାଶି ଦିଆଯାଉଛି । ଏହା କଣ ତୁମର ବିଶ୍ୱାସ ହେଉଛି । ସେତେବେଳେ କସାବ କେବଳ କହିଥିଲା ତୁମେ ଜିତିଗଲ । ବୋଧହୁଏ ସେତେବେଳେ କସାବର ଭାରତର ନ୍ୟାୟିକ ପ୍ରକିୟା ଉପରେ ଭରସା ଆସିଥିଲା ।
ମହାଲେ କହିଛନ୍ତି ମୁମ୍ବାଇ ହମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟଦ ବିରୋଧରେ ମଧ୍ୟ ବଳିଷ୍ଠ ପ୍ରମାଣ ରହିଛି । ଏପରିକି କସାବ ମଧ୍ୟ ମୁମ୍ବାଇ ଆକ୍ରମଣ ପାଇଁ ହାଫିଜର ନାଁ ନେଇଥିଲା । କେବଳ କସାବ ନୁହେଁ ଆବୁ ଜିନ୍ଦଲ ମଧ୍ୟ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବେ ହାଫିଜ ସଇଦର ନାଁ ନେଇଥିଲା । ଏହି ମାମଲା ଏବେ କୋର୍ଟରେ ରହିଛି । ଏହାଛଡା ଏହି ମାମଲାର ସବୁଠାରୁ ବଡ ସାକ୍ଷୀ ଡେଭିଡ ହେଡଲୀ ମଧ୍ୟ ହାଫିଜକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କହିଥିଲା । ହେଡଲୀ କହିବା ଅନୁଯାୟୀ, ହାଫିଜ ଚାହୁଁଥିିଲା ପୂରା ମୁମ୍ବାଇକୁ ରକ୍ତରଞ୍ଜିତ କରିବା ପାଇଁ । ଏପରକି ଶିବସେନା ଭବନ, ମାତୋଶ୍ରୀ ଓ ସିଦ୍ଧି ବିନାୟକ ମନ୍ଦିରରେ ଆକ୍ରମଣ କରିବା ପାଇଁ ହାଫିଜ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ହେଡଲୀ ନିଜ ବୟାନରେ କହିଛି ।