କନକ ବ୍ୟୁରୋ : ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ପଞ୍ଜିକରଣ କରିଥିଲେ ବି ମିଳୁନି ଘର । ତିନି ଦିନ ଗୋଟିଏ ସ୍ଥାନରେ ରଖିବା ପରେ ଅନ୍ୟ ସ୍ଥାନକୁ କରାଯାଉଛି ସ୍ଥାନାନ୍ତର । ଯାହାକୁ ନେଇ ହବିଷ୍ୟାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବାରୁ ଅସନ୍ତୋଷ ହବିଷ୍ୟାଳି ପ୍ରକାଶ କରିଛନ୍ତି ।
ଅନ୍ୟପଟେ ପୁରୀରେ ଦହଗଞ୍ଜ ହେଉଥିବା ଅନ୍ୟ କିଛି ହବିଷିଆଳିଙ୍କୁ ସୁବିଧା ମିଳିଛି । ସେମାନଙ୍କୁ ବୃନ୍ଦବାତୀ ହବିଷ୍ୟାଳି ଶିବିରରେ ରଖାଯାଇଛି । ଖାଲି ଥିବା ଘରେ ହବିଷ୍ୟାଳିଙ୍କ ପାଇଁ ରହିବା ସୁବିଧା କରାଯାଇଛି । ଫ୍ୟାନ୍, ବେଡସିଟ୍ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଛି । ପଞ୍ଜିକରଣ କରିନଥିବାରୁ ଦୁଇ ଦିନ ଧରି ଏମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ବ୍ରତଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/38-5.jpg)