କନକ ବ୍ୟୁରୋ :  କର୍ଣ୍ଣାଟକ ହିଜାବ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ୧୦ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେବେ କି କର୍ଣ୍ଣାଟକରେ ହିଜାବ ଉପରେ ଲଗାଯାଇଥିବା ବ୍ୟାନ ଠିକ୍ ନା ଭୁଲ । ୧୦ ଦିନ ଧରି ଏହି ମାମଲାର ଶୁଣାଣି ପରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂସୁ ଧୂଲିଆଙ୍କ ପୀଠ ହିଜାବ ବିବାଦ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଏନେଇ ଖଣ୍ଡପୀଠ କହିଛନ୍ତି କି ଏବେ ବି ଯେଉଁମାନେ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ସେମାନେ ଦେଇପାରିବେ । ସେପଟେ ଅକ୍ଟୋବର ୧୬ ତାରିଖରେ ଜଷ୍ଟିସ ହେମନ୍ତ ଗୁପ୍ତା ଅବସର ନେଉଥିବାରୁ ତା ପୂର୍ବରୁ ଏହି ମାମଲାର ରାୟ ସାର୍ବଜନୀନ ହେବ ବୋଲି ଆଶା କରାଯାଉଛି ।

Advertisment

ସେପଟେ ଏହି ମାମଲାରେ ବୁଧବାର ଦିନ କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ରାଜ୍ୟ ସରକାର ହିଜାବ ପ୍ରତିବନ୍ଧକ ବିବାଦ କୌଣସି ଧାର୍ମିକ ଆସ୍ଥା ଉପରେ କଟକଣା ଲଗାଇ ନାହାଁନ୍ତି । ଏହାସହ ହିଜାବ ପ୍ରତିବନ୍ଧକ କେବଳ ଶ୍ରେଣୀଗୃହ ପର୍ଯ୍ୟନ୍ତ ଲଗାଯାଇଛି । ହେଲେ ଶିକ୍ଷାନୁଷ୍ଠାନ ବାହାରେ ହିଜାବ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନଥିବା କଥା କର୍ଣ୍ଣାଟକ ସରକାର କହିଛନ୍ତି ।