ଆଇନ୍ ଜାଲରେ ଫସିଲେ କଂଗ୍ରେସର ଏହି ମନ୍ତ୍ରୀ ! ସଭାରେ ସମସ୍ତଙ୍କ ସାମ୍ନାରେ ଟାଣିଲେ ମହିଳାଙ୍କ ଓଢଣୀ,ଦେଖନ୍ତୁ ଭିଡିଓ

200

ଏକ ସଭାରେ ମହିଳାଙ୍କ ଓଢଣୀ ଟାଣିଦେବା ଭଳି ଘଟଣାରେ କର୍ଣ୍ଣାଟକର ପୂର୍ବତମ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଇନ୍ ଜାଲରେ ଫସିଯାଇଛନ୍ତି । ରାଷ୍ଟ୍ରୀୟ ମହିଳା ଆୟୋଗ କର୍ଣ୍ଣାଟକର ଡିଜିପିଙ୍କୁ ଏହି ମାମଲାରେ ଚିଠି ଲେଖିଛନ୍ତି ଏବଂ ପ୍ରଶ୍ନ ପଚାରିଛନ୍ତି ଯେ ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଉଛି । ରାଷ୍ଟ୍ରୀୟ ମହିଳା ଆୟୋଗ ତରଫରୁ କର୍ଣ୍ଣାଟକ ଡିଜିପି ନୀଳମଣି ରାଜୁଙ୍କୁ ଚିଠି ଲେଖିଛନ୍ତି । ଗୋଟିଏ ପଟେ ସିଦ୍ଧରମେୟାଙ୍କ ଉପରେ ଆଇନ୍ ଅନୁସାରେ ଆକ୍ସନ୍ ନିଆଯାଉଥିବା ବେଳେ ଅନ୍ୟପଟେ ବିଜେପି ସିଦ୍ଧରମେୟାଙ୍କ ଇସ୍ତଫା ପାଇଁ ଦାବି କରିଛି । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ରାହୁଲ ଗାନ୍ଧି ଏ ମାମଲାରେ ଜବାବ୍ ଦିଅନ୍ତୁ କି ସିଦ୍ଧରମେୟା କରିବାକୁ କ’ଣ ଚାହୁଁଛନ୍ତି । ପ୍ରକାଶ ଜାବଡେକର ଏହାକୁ ଅପରାଧ ବୋଲି କହିବା ସହ ସିଦ୍ଧରମେୟା ମହିଳାଙ୍କ ସହ ର୍ଦୁବ୍ୟବହାର କରିଥିବା କଥା କହିଛନ୍ତି ।

ଆପଣଙ୍କୁ ଏଠାରେ କହିରଖୁଛୁ କି କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା ଏହି ମାମଲାରେ ଫସିପାରନ୍ତି । ଏକ ସଭାରେ ସମସ୍ତଙ୍କ ସାମ୍ନାରେ ସେ ଉକ୍ତ ମହିଳାଙ୍କ ସହ ଅଭଦ୍ରତା କରିଛନ୍ତି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖାଯାଉଛି ଯେ ମହିଳାଙ୍କ ବାକ୍ୟକୁ କାଟି ନିଜ କଥା ରଖିବାକୁ ସିଦ୍ଧରମେୟା ମହିଳାଙ୍କ ଠାରୁ ମାଇକ୍ ଛଡାଉଛନ୍ତି କିନ୍ତୁ ଉକ୍ତ ସମୟରେ ମହିଳାଙ୍କ ଓଢଣୀ ମଧ୍ୟ ସିଦ୍ଧରମେୟା ଖସାଇ ଦେଉଛନ୍ତିି ।