କେରଳରେ ବନ୍ୟା ଦାଉ ସାଜୁଥିବା ବେଳେ କର୍ଣ୍ଣାଟକରେ ଦେଖା ଦେଇଛି ମରୁଡି ! ୧୦ ଟି ଜିଲ୍ଲାରେ ପରିସ୍ଥିତି ଗମ୍ଭିର ।

32

କଥାରେ ଅଛି ଜଳ ବିହୁନେ ସର୍ବନାଶ ଏବଂ ଜଳ ବହୁଳେ ସର୍ବନାଶ । ଅର୍ଥାତ ଯଦି ଜଳ ଅଧିକ ହୁଏ ତେବେ ବନ୍ୟା ପରିସ୍ଥିତି ଉପୁଜି ଥାଏ ଏବଂ ଅନେକ ଧନ ଜୀବନ ନଷ୍ଟ ହୋଇଥାଏ । ସେମିତି ଜଳ ଅଭାବରୁ ମଧ୍ୟ ମରୁଡି ପରିସ୍ଥିତି ଦେଖାଯାଇଥାଏ । ଠିକ ସେହିଭଳି ଏକ ଘଟଣା ଘଟିଛି କେରଳରେ । କେରଳରେ ବନ୍ୟା ଦାଉ ସାଜୁଥିବା ବେଳେ କର୍ଣ୍ଣାଟକର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖା ଦେଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗତ ଜୁନ ମାସ ଠାରୁ କର୍ଣ୍ଣାଟକର ଦକ୍ଷିଣ ଭାଗରେ ଚାରୋଟି ଜିଲ୍ଲା ଏବଂ ଉତ୍ତରରେ ୧୨ ଟି ଜିଲ୍ଲାରେ ବହୁତ କମ ବର୍ଷା ହୋଇଛି । ଯାହା ଫଳରେ ମରୁଡି ପରିସ୍ଥିତି ଦେଖାଦେଇଛି ।

ରାଜ୍ୟ ପ୍ରକୃତିକ ମନ୍ତ୍ରୀ ଡ. ଜିଏସ ଶ୍ରୀନିବାସ ରେଡିଙ୍କ କହିବା ଅନୁସାରେ ଉତ୍ତର ଭାଗରେ ୧୨ଟି ଜିଲ୍ଲାରୁ ପ୍ରାୟ ୧୦ ଜିଲ୍ଲାରେ ବର୍ଷା ନହେବା କାରଣରୁ ପରିସ୍ଥିତି ବହୁତ ଖରାପ ରହିଛି । ସେ ଏହା ମଧ୍ୟ କହିଚନ୍ତି, ଆମେ କାଲି ବୈଠକ କରି ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ୧୬ ଜିଲ୍ଲା ବିଷୟରେ ଚର୍ଚ୍ଚା କରିଛୁ । ଯେଉଁ ଜିଲ୍ଲାରେ କମ ବର୍ଷା ହୋଇଛି ସେହି ଜିଲ୍ଲା ଗୁଡିକୁ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିବାର ନିଷ୍ପତି ନିଆଯାଇଛି । ଏବଂ ସରକାର ଚଳିତ ମାସ ଶେଷ ସୁଦ୍ଧା ରାଜଶ୍ୱ ବିଭାଗର ସିପାରିସ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମିଳିଥିବା ରିପୋର୍ଟ ଅନୁଯାୟୀ ରାୟଚୁର, ବିଜୟପୁର, ୟଦଗୀର ଏବଂ ଗଡଗ ଜିଲ୍ଲା ଗୁଡିକରେ କମ ବର୍ଷା କାରଣରୁ ଗମ୍ଭିର ପରିସ୍ଥିତି ଦେଖାଦେଇଥିବା ବେଳେ ଶିବମୋଗା, ହାସନ, ଚିକ୍କମଂଗଲୁରୁ, କୋଡ୍ଗୁ, ଦକ୍ଷିଣ କନଡ, ଉତ୍ତର କନଡ ଏବଂ ଉଡ୍ଡୁପିରେ ସାମାନ୍ୟ ବର୍ଷା ହୋଇଛି ।