ବୋମାଇ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ, ଶପଥ ନେବେ ୨୯ ମନ୍ତ୍ରୀ, ୟେଦ୍ୟୁରପ୍ପାଙ୍କ ପରେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ତାଙ୍କ ପୁଅ

86

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତରେ ୟେଦ୍ୟୁରପ୍ପାଙ୍କୁ ପୁଣି ଝଟକା ଦେଇଛି ବିଜେପି । ଦଳ ମୁଖ୍ୟମନ୍ତ୍ରୀ ପଦ ନେଇଯିବା ପରେ ଏବେ ବୋମାଇଙ୍କ ମନ୍ତ୍ରୀମଣ୍ଡଳରେ ବି ସ୍ଥାନ ପାଇ ନାହାନ୍ତି ୟେଦ୍ୟୁରୂପ୍ପାଙ୍କ ପୁଅ । ମଳିଥିବା ସୂଚନା ମୁତାବକ ବୋମାଇଙ୍କ ସରକାରରେ ଆଜି ୨୯ ଜଣ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ହେଲେ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସିଛି କି ୟେଦ୍ୟୁରପ୍ପାଙ୍କ ଠାରୁ ବିଜେପି ମୁଖ୍ୟମନ୍ତ୍ରୀ ପଦ କାଢିନେବା ପରେ ଏବେ ତାଙ୍କ ପୁଅକୁ ବୋମାଇ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉ ନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ଏଥର ଶପଥ ନେଉଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ କାହାରିକୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳୁ ନାହିଁ ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଗତ ରାତିରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଶେଷ ହୋଇଛି । ଏହା ସହ କାହାକୁ କେଉଁ ବିଭାଗର ମନ୍ତ୍ରୀପଦ ମିଳିବ ସେ ନେଇ ଏକ ସୂଚୀ ବି ପ୍ରସ୍ତୁତ ହୋଇଛି ଓ ଏହାକୁ ଅନୁମୋଦନ ପାଇଁ ରାଜଭବନ ପଠାଇ ଦିଆଯାଇଛି । ସୂଚନା ମୁତାବମ ବୋମାଇ କହିଛନ୍ତି କି ସଂପ୍ରସାରଣ ହେବାକୁ ଯାଉଥିବା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକମାନଙ୍କ ମଧ୍ୟରୁ ପଛୁଆ ବର୍ଗରୁ ୭ ଜଣ,ଅନୁସୂଚିତ ଜାତିରୁ ୩ ଜଣ, ଅନୁସୂଚିତ ଜନଜାତିରୁ ଜଣେ ବିଧାୟକ ରହିଛନ୍ତି । ଏହାସହିତ ଶଶିକଳା ଜୋଲ ନାମକ ଜଣେମାତ୍ର ମହିଳା ବିଧାୟକ ଏହି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ।

ଅନ୍ୟପଟେ ୟେଦ୍ୟୁରପ୍ପା କହିଛନ୍ତି କି ତାଙ୍କ ପୁଅ ବି.ୱାଇ ବିଜୟେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ଆଶା ଅଛି । ହେଲେ ୟେଦ୍ୟୁରପ୍ପାଙ୍କ କଥାକୁ ଖଣ୍ଡନ କରି ବୋମାଇ କହିଛନ୍ତି କି ବିଜୟେନ୍ଦ୍ରଙ୍କ ନାମ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକଙ୍କ ମଧ୍ୟରେ ନାହିଁ ।