କନକ ବ୍ୟୁରୋ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି । ଏହି ସମସ୍ତ ଅଭିଯୁକ୍ତଙ୍କୁ କୋଡାଗୁ ଜିଲ୍ଲାରୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । କୋଡାଗୁ ଏସପି କ୍ୟପଟେନ ଅୟପ୍ପା ଏମଏ କହିଛନ୍ତି କି କୁଶଲନଗରରୁ ନ ଓ ମଦିକେରୀରୁ ୭ ଜଣଙ୍କୁ ଗିରଫ କରାଯାଇଛି । ଏବେ ସେମାନଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ ।

Advertisment

ସୂଚନା ଥାଉକି ସାବରକରଙ୍କ ଉପରେ ସିଦ୍ଧରମୈୟା ଦେଇଥିବା ଟିପ୍ପଣୀକୁ ବିବାଦ ଦେଖାଦେଇଥିଲା । ଏହାପରେ ସିଦ୍ଧରମୈୟା ଦାବି କରିଥିଲେ କି କିଛି ଅସାମାଜିକ ତତ୍ତ୍ୱ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ସିଦ୍ଧରମୈୟାଙ୍କ ଏଭଳି ଅଭିଯୋଗ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଥିଲେ ଏହି ପ୍ରସଙ୍ଗକୁ ସେ ଗମ୍ଭୀରତାର ସହ ନେଇ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିରୋଧୀଦଳ ନେତାଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ବୋମାଇ ନିର୍ଦ୍ଦେଶ ଦେଇଥିବା କଥା କହିଥିଲେ ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କୋଡାଗୁ ଗସ୍ତରେ ଯାଉଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଏହା ପରେ ସିଦ୍ଧରମୈୟା ଏହାକୁ ରାଜ୍ୟସରକାରଙ୍କ ପ୍ରାୟୋଜିତ ବୋଲି ବୟାନ ଦେଇଥିଲେ । ସିଦ୍ଧରମୈୟା କହିଥିଲେ କି ଏଭଳି ଅଣ୍ଡା ପିଙ୍ଗିଥିବା ଲୋକ ଗାନ୍ଧୀ ହତ୍ୟାକାରୀଙ୍କ ଗୋଷ୍ଠୀର ବୋଲି ସେ ଦାବି କରିଥିଲେ ।