ମୋଦିଙ୍କ ବିରୋଧରେ ମେଳି ବାନ୍ଧିବାକୁ କର୍ଣ୍ଣାଟକ ଦେଖାଇଲା ବାଟ ! କୁମାରସ୍ୱାମୀଙ୍କ ଶପଥଗ୍ରହଣରେ ଏକାଠି ହେବେ ବିଜେପି ବିରୋଧୀ ନେତା, ଖୋଲିପାରେ ଫେଡେରାଲ ଫ୍ରଂଟ ପାଇଁ ରାସ୍ତା

62

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତି ମୋଦି ବିରୋଧୀ ମେଳି ପାଇଁ ରାସ୍ତା ଖୋଲି ଦେଇଛି । ବିଜେପି ବିରୋଧୀ ମାନେ ଏବେ ହୃଦୟଙ୍ଗମ କରୁଛନ୍ତି ଯେ, ମୋଦିଙ୍କୁ ମୁକାବିଲା କରିବାକୁ ହେଲେ ଏକାଠି ହେବାକୁ ପଡିବ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ କୁମାରସ୍ୱାମୀ । ଆଉ ଏହି ଶପଥ ଗ୍ରହଣ ଉତ୍ସବ, ଏକ ବଡଧରଣର ବାର୍ତା ନେଇ ସାମ୍ନାକୁ ଆସିବ । କାରଣ ଶପଥ ଗ୍ରହଣ ଉତ୍ସବରେ ଏକାଠି ହେଉଛନ୍ତି, ସାରା ଦେଶର ମୋଦି ବିରୋଧୀ ଶକ୍ତି । ଆଂଚଳିକ ଦଳର ନେତାଙ୍କୁ ନେଇ ଯେଉଁ ତୃତୀୟ ସାମୁଖ୍ୟର କଥା କୁହାଯାଉଛି, ତାକୁ ଏକ ନୂଆ ରୁପ ଦେବାକୁ ଯାଉଛି ଏହି ଉତ୍ସବ । ବିଜେପି ବିରୋଧୀ ୯ଟି ପ୍ରମୁଖ ଦଳର ନେତା ଏଥିରେ ସାମିଲ ହେଉଛନ୍ତି । ଯାହା ଦେଶର ରାଜନୈତିକ ସମୀକରଣ ବଦଳାଇ ଦେବ ବୋଲି ଚର୍ଚ୍ଚା ହେଉଛି ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ନେବେ କୁମାରସ୍ୱାମୀ । ଆଉ ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ଓ ମୋଦିଙ୍କ ପାଇଁ ଏକ ବଡଧରଣର ବାର୍ତା ନେଇ ସାମ୍ନାକୁ ଆସୁଛି । କାରଣ ଏହି ଶପଥ ଗ୍ରହଣ ଉତ୍ସବରେ ଏକାଠି ହେଉଛନ୍ତି- ସାରା ଦେଶର ମୋଦି ବିରୋଧୀ ଶକ୍ତି । ଆଚଂଳିକ ଦଳର ନେତାଙ୍କୁ ନେଇ ଯେଉଁ ତୃତୀୟ ସାମୁଖ୍ୟର କଥା କୁହାଯାଉଛି, ତାକୁ ଏକ ନୂଆ ରୁପ ଦେବାକୁ ଯାଉଛି ଏହି ଉତ୍ସବ । ବିଜେପି ବିରୋଧୀ ୯ଟି ପ୍ରମୁଖ ଦଳର ନେତା ଏଥିରେ ସାମିଲ ହେଉଛନ୍ତି । ଯାହା ଦେଶର ରାଜନୈତିକ ସମୀକରଣ ବଦଳାଇ ଦେବ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଯେ, ସମଗ୍ର ଦେଶର ରାଜନୈତିକ ସମୀକରଣକୁ ବଦଳାଇ ଦେଇପାରେ, କର୍ଣ୍ଣାଟକର ରାଜନୈତିକ ଡ୍ରାମା ଏହାକୁ ସ୍ପଷ୍ଟ ଭାବରେ ବୟାନ କରୁଛି । କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ମେଂଟ କ୍ଷମତାକୁ ଆସିବା ପରେ ଯେମିତି ପୁଣି ଥରେ ବିତର୍କର ପରିସରକୁ ଆସି ଯାଇଛି ବହୁ ଚର୍ଚ୍ଚିତ ତୃତୀୟ ସାମୁଖ୍ୟ । ବିଜେପି ବିରୋଧରେ ସବୁ ବିରୋଧୀ ଶକ୍ତି ଏକାଠି ହେବା ପାଇଁ ଖୋରାକ୍ ଯୋଗାଇଛି କର୍ଣ୍ଣାଟକ ଫଳାଫଳ ।

କୁମାର ସ୍ୱାମୀଙ୍କ ଶପଥ ଗ୍ରହଣରେ ଏକାଠି ହେଉଛନ୍ତି ବିଜେପି ଓ ମୋଦି ବିରୋଧୀ ଶକ୍ତି ଭାବେ ଜଣାଶୁଣା ୯ଟି ପ୍ରମୁଖ ଦଳ ନେତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜେଶ୍ୱର ଯାଦବ, ଉତରପ୍ରଦେଶର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଡିଏମକେ ନେତା ଏମ୍.କେ ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିଜୟ ରଥ ରୋକିବାରେ କର୍ଣ୍ଣାଟକ ସଫଳ ହୋଇଥିବା ବେଳେ ତୃତୀୟ ସାମୁଖ୍ୟର ନେତୃତ୍ୱ ନେଉଥିବା କଂଗ୍ରେସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ମୋଦି ବିରୋଧୀ ଶକ୍ତିଙ୍କ ମଧ୍ୟରେ ଏକ ନୂଆ ଆଶା ସଂଚାର କରିଛି ବିଜେପିର ପରାଜୟ ।

karatak

 

ଉତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ନିକଟତର ହେବା, କର୍ଣ୍ଣାଟକରେ ଜେଡିଏସ୍, କଂଗ୍ରେସ ସହ ସରକାର ଗଢ଼ିବା ଏବଂ ବିହାରରେ ଆରଜେଡି ଓ କଂଗ୍ରେସର ସଂପର୍କ ବିଜେପି ପାଇଁ ଯେତିକି ବଡ ଚ୍ୟାଲେଂଜ୍ ସୃଷ୍ଟି କରୁଛି, ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଶକ୍ତିକୁ ଭେଦ କରିବା ମୋଦିଙ୍କୁ ସେତିକି ଚିନ୍ତାର କାରଣ ପାଲଟିଛି । ଆଉ ଏସବୁ ଭିତରେ ଚନ୍ଦ୍ରବାବୁ ନାଇଡୁ, ଶରତ ପାୱାର ଏବଂ ଷ୍ଟାଲିନଙ୍କ ଭଳି ନେତା ଯଦି ଏକାଠି ହୁଅନ୍ତି ତାହା ନିଶ୍ଚିତ ଭାବରେ ବିଜେପି ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିବ । ଆଉ ଏସବୁ ଭିତରେ ମିଳିତ ବିରୋଧୀ ମୋଦିଙ୍କୁ ଅଟକାଇବା ନେଇ ଆରମ୍ଭ ହୋଇଥିବା ବିତର୍କ ଓଡ଼ିଶା ରାଜନୀତିକୁ ବି ସରଗରମ କରିଛି । ବୁଧବାର ଯେତେବେଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କୁମାର ସ୍ୱାମୀ ଶପଥ ନେଉଥିବେ, ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ୨୦୧୯ରେ ମୋଦିଙ୍କୁ ରୋକିବା ପାଇଁ ଏକ ବଡ କ୍ଷେତ୍ର ପ୍ରସ୍ତୁତ ହେଉଥିବ ନିଶ୍ଚୟ ।