ବର୍ତମାନ କପୁର ପରିବାର ପାଇଁ ଡବଲ ଖୁସିର ମାହୋଲ ଆସିଛି । କରିନାଙ୍କ ପୁଅ ଜନ୍ମ ହେବାର ଖୁସି ଖବର ଏବେ ଆସିଛି, ଏବଂ ଏହା ସହିତ ଏବେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି ଯେ କରିନାଙ୍କ ବଡ ଭଉଣୀ କରିସ୍ମା କାଳେ ଗୁପଚୁପ୍ ନିର୍ବନ୍ଧ କରିଛନ୍ତି ତାଙ୍କର ବୟଫ୍ରେଣ୍ଡ୍ ସନ୍ଦୀପ ତୋଶନୀବାଲଙ୍କ ସହିତ ।
ଗତକିଛିଦିନ ହେଲା କରିସ୍ମା ଏବଂ ତାଙ୍କ ବୟଫ୍ରେଣ୍ଡ ସନ୍ଦୀପ ତୋଶନୀବାଲଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି । ଦୁଇଜଣଙ୍କୁ ବହୁତ ଯାଗାରେ ଏକାସାଙ୍ଗରେ ଦେଖିବାକୁ ମିଳୁଛି ।
କରିନାଙ୍କ ପୁଅକୁ ଦେଖିବା ପାଇଁ ମଧ୍ୟ କରିସ୍ମା ଏବଂ ତାଙ୍କ ବୟଫ୍ରେଣ୍ଡ ଏକା ସାଙ୍ଗରେ ହସ୍ପିଟାଲରେ ପହଂଚିଥିଲେ । କରିସ୍ମା ମିଡିଆ ସାମ୍ନାରେ ତାଙ୍କ ସମ୍ପର୍କ ବାବଦରେ କେବେ ମଧ୍ୟ ମୁହଁ ଖୋଲିନାହାଁନ୍ତି । କରିନା ମଧ୍ୟ କରିସ୍ମା ଆଉଥରେ ବିବାହ କରିବାର ନାହିଁ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Screen-shot-2016-12-22-at-2.57.35-PM.png)