ଅନୁଷ୍କା ଶର୍ମାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାର କରିବାକୁ ଚାହୁଁଥିଲେ କରଣ ଜୋହର

90

କାଲି ଯାହାକୁ ନାପସନ୍ଦ କରୁଥିଲେ ଆଜି ତାଙ୍କ ସହ ଫିଲ୍ମ କରୁଛନ୍ତି କରଣ ଜୋହର୍ । ସେ ହେଉଛନ୍ତି ବଲିଉଡର ଟପ୍ ହିରୋଇନ୍ ଅନୁଷ୍କା ଶର୍ମା । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ କିନ୍ତୁ ଏହା ସତ । ଆଉ ଏକଥା ନିଜେ କରଣ କହିଛନ୍ତି । କେବଳ ସେତିକି ନୁହେଁ କରଣ, ଅନୁଷ୍କାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବାହାର କରିବାକୁ ମଧ୍ୟ ଚାହୁଁଥିଲେ ।

ସେ ଚାହୁଁ ନଥିଲେ ଅନୁଷ୍କା ଫିଲ୍ମ ‘ରବ୍ ନେ ବନା ଦି ଯୋଡି’ରେ କାମ କରନ୍ତୁ । ଆଉ ତାଙ୍କ ଫଟୋ ଦେଖି ଭାବିଥିଲେ ଅନୁଷ୍କା ବେଶି ଦିନ ଫିଲ୍ମ ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିବେନି । କିନ୍ତୁ ଯେତେବେଳେ ସେ ଅନୁଷ୍କାଙ୍କୁ ‘ବ୍ୟାଣ୍ଡ ବାଜା ବାରାତ’ ଫିଲ୍ମରେ ଦେଖିଲେ ସେତେବେଳେ ଇମ୍ପ୍ରେସ୍ ହୋଇ ଯାଇଥିଲେ ।

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ ରେ ଲିଡ୍ ରୋଲରେ ଅଛନ୍ତି ଅନୁଷ୍କା ଶର୍ମା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ରଣବୀର କପୁର ଓ ଫୱାଦ ଖାନ୍ । ୨୮ ଅକ୍ଟୋବରରେ ଫିଲ୍ମଟି ରିଲିଜ୍ ହେବ । ତେବେ ଏକଥା ସତ ଯେ ଆଦିତ୍ୟ ଚୋପ୍ରା ଓ ଶାହରୁଖ୍ ଖାନ୍ ଯଦି କରଣ ଜୋହରଙ୍କ କଥା ମାନିଥାନ୍ତେ ତେବେ ଅନୁଷ୍କା ଏତେ ଶୀଘ୍ର ସଫଳତା ପାଇ ପାରିନଥାନ୍ତେ ।

ଏହା ସହ ଦେଖନ୍ତୁ ଫିଲ୍ମ ‘ଏମଏସ୍ ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ରେ ଭୁଲ୍ ହିଁ ଭୁଲ୍ ! ବାସ୍ତବ ଜୀବନ ସହ କାହାଣୀର ରହୁନି ତାଳମେଳ