ବିରାଟ-ଅନୁଷ୍କାଙ୍କ ସହ ସିନେମା କରିବେ କରଣ ଜୋହର !

28

ବଲିଉଡ଼୍ ତାରକାଙ୍କ ସନ୍ତାନଙ୍କୁ ସିନେ ଦୁନିଆରେ ଲଂଚ କରନ୍ତି ନିର୍ମାତା ତଥା ଅଭିନେତା କରଣ ଜୋହର । କିନ୍ତୁ ଏକଥା ବି ସତ ପ୍ରତିଭାକୁ ଚିହ୍ନିବା ପାଇଁ ସେ ବିଳମ୍ବ କରନ୍ତି ନାହିଁ । କରଣ ଜୋହର ଏବେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରେ ନଜର ପକାଇଛନ୍ତି । କୋହଲିଙ୍କ ସହ ସିନେମା ନିର୍ମାଣ ପାଇଁ ମନ ବଳାଇଲେଣି କରଣ । କାରଣ ବିରାଟଙ୍କ ଅଭିନୟ ପ୍ରତିଭାରେ ବେଶ୍ ପ୍ରଭାବିତ କରଣ । ନିକଟରେ ଏକ ଆଡ଼ଭାଟାଇଜମଂଟରେ ନଜର ଆସିଥିଲେ ବିରାଟ ଓ ଅନୁଷ୍କା । ଏହି ଆଡ଼ ଦେଖି କରଣ ଏତେ ପ୍ରଭାବିତ ଅଛନ୍ତି ଯେ ଟ୍ୱିଟ୍ କରି ବିରାଟଙ୍କୁ ସେ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଅଭିଶେକ ବର୍ମନ ବହୁତ ସୁନ୍ଦର ଆଡ଼ କରିଛନ୍ତି ଏବଂ ବିରାଟ ମଧ୍ୟ ଜଣେ ଭଲ ଅଭିନେତା ।

ଖବର ଆସୁଛି କରଣ ଜୋହର ବିରାଟ କୋହଲିଙ୍କୁ ନିଜ ସିନେମାରେ ନେବା ପାଇଁ ଚାହୁଁଛନ୍ତି । ତେବେ ଯଦି ସିନେମା ନର୍ମାଣ ହୁଏ ତେବେ ଏଥିରେ ଅନୁଷ୍କା ଶର୍ମା ହିଁ ନାୟିକା ଭୂମିକାରେ ରହିବେ । ଏଥି ମଧ୍ୟରେ ଖବର ଆସୁଛି ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍କା ଶର୍ମା ଓ ବିରାଟଙ୍କ ନିର୍ବନ୍ଧ ହେବ । ବେଶ୍ କିଛି ଦିନ ଧରି ବିରାଟ ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କ ଚାଲିଛି । ପ୍ରାୟ ସମୟରେ ଉଭୟେ ଏକାଠି ନଜର ଆସନ୍ତି । ତେବେ କରଣ ଯଦି ଉଭୟଙ୍କ ସହ ସିନେମା ତିଆରି କରନ୍ତି ଦର୍ଶକ ସିନେମା ଦେଖିବେ ପାଇଁ ବେଶ୍ ଉତ୍ସାହି ରହିବେ ।