କରଣ ଜୋହର ଏବେ ବଲିଉଡର ଜଣେ ସଫଳ ନିର୍ଦ୍ଦେଶକ ମାନଙ୍କ ମଧ୍ୟରୁ ଜଣେ । ଏବେ ସେ ତାଙ୍କର ପେଶାଦାର ଜୀବନରେ ଖୁବ ସଫଳତା ସାଉଁଟିବାରେ ଲାଗିଛନ୍ତି । କିନ୍ତୁ କରଣ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସମ୍ମୁଖରେ ଖୁବ କମ ଆଲୋଚନା କରିବାର ଦେଖାଯାଏ । କରଣଙ୍କ ଯୌନ ରୁଚି ନେଇ ବା ସେ ସମଲିଙ୍ଗୀ ବୋଲି ଆଗରୁ ମଧ୍ୟ ବହୁତ ଗସିପ ଶୁଣବାକୁ ମିଳିଛି।
ଏବେ ପୁଣି ଥରେ ତାଙ୍କର ଯୌନଜୀବନକୁ ନେଇ ପ୍ରଶ୍ନ ଉଠିଛି । ଖବରରୁ ଜଣାପଡିଛି ଖୁବ ଶୀଘ୍ର ୨୦୧୭ରେ ଆସୁଥିବା ବାୟୋଗ୍ରାଫିରେ କରଣ ଏଇ କଥାର ଖୁଲାସା କରିବେ । ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ କରଣ ଜୋହର ନିଜର ବାୟୋଗ୍ରାଫି ‘ଦ ଅନସୁଇଟବଲ ବୟ’ ର ଏକ ଛୋଟ ଭାଗରେ ସେ ଏଇ କଥାର ଖୋଲାଖୋଲି ଆଲୋଚନା କରିବେ । ସିଧାସିଧା ନକହିଲେ ମଧ୍ୟ କରଣ ଏ ନେଇ ପରୋକ୍ଷରେ ଇସାରା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/karan-unsung.jpg)