source: hindustantimes.com
ପଞ୍ଜାବର ଅମୃତସରରୁ ଆସି ଦୀର୍ଘ ସଘଂର୍ଷ ପରେ କମେଡି କିଙ୍ଗ କପିଲ ଶର୍ମା ନିଜ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପରେ ଏବେ ସିନେମା ନିର୍ମାତା ହେବାକୁ ଯାଉଛନ୍ତି । ସିନେମା ନାମ ହେଉଛି ‘ଫିରଙ୍ଗି’ । ତେବେ ଏହାକୁ ନେଇ ସେ ଅନେକ ସମୟରେ ନିଜର ଶୋ’ରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ହେଲେ ଅଭିନୟ ସହ ପ୍ରଯୋଜକ ଭାବେ ସେ ଏହି ସିନେମା ନେଇ ଆସୁଛନ୍ତି ବୋଲି ଏହି ଖବର ସେ ପ୍ରଥମ ଥର ପାଇଁ ଟୁଇଟ କରି ଜଣାଇଛନ୍ତି ।
ଏହି ସିନେମା ପାଇଁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଛି । ଖାଲି ସେତିକ ନୁହେଁ, ଶରୀର ଓଜନ କମାଇବା ପାଇଁ ସେ ସ୍ୱତନ୍ତ୍ର ବ୍ୟାୟାମର ତାଲିମ ମଧ୍ୟ ନେଉଛନ୍ତି। ନିଜ ବ୍ୟାୟାମ ସମୟର ଅନେକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରୁଥିବା ମଧ୍ୟ ଦେଖାଯାଉଛି।
Follow Us