ପୁଣି ଟିଭି ପରଦାକୁ ଫେରିବେ କପିଲ ଶର୍ମାଙ୍କ ଟିମ !

35

ଖୁବ ଶୀଘ୍ର ପରଦାକୁ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’ । ଏହାର ପ୍ରମୋସନ ପାଇଁ କପିଲ ବର୍ତମାନ ବିଭିନ୍ନ ଟିଭି ସୋ ରେ ଆସୁଛନ୍ତି । ତାପରେ ବି କପିଲ ସୋନି ଟିଭିରେ ଫିଲ୍ମ ନାଁ ଅନୁସାରେ ‘ଓୟେ ଫିରଗି’ ନାମରେ ଗୋଟିଏ ସୋ କରୁଛନ୍ତି ଯେଉଁଥିରେ କପିଲ ଶର୍ମାଙ୍କ ପୁରା ଟିମ ଏଥିରେ ଆସୁଛନ୍ତି ।

ନଭେମ୍ବର ୨୫, ଶନିବାର ଦିନ ସୋନି ଟିଭିର ସୋ’ରେ ଫିଲ୍ମର ପୁରା ଟିମ ସହ ନଭଜ୍ୟୋତି ସିଂହ ସିଦ୍ଧୁ, ଭାରତୀ ସିଂହ, କିକୁ ଶାରଦା, ଚନ୍ଦନ ପ୍ରଭାକରଙ୍କ ସହ ସାମନାରେ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା । ପୁରା ଟିମ ସହ କପିଲଙ୍କୁ ଦେଖି ଲୋକମାନେ ବି ପସନ୍ଦ କରୁଛନ୍ତି । ସୂଚନା ଅନୁସାରେ କପିଲ ଶର୍ମାଙ୍କ ସେକେଣ୍ଡ ଫିଲ୍ମ ଫିରଙ୍ଗି ନଭେମ୍ବର ୨୪ରେ ରିଲିଜ ହେବାର ଥିଲା କିନ୍ତୁ ରିଲିଜକୁ ଏବେ ବାତିଲ କରାଯାଇଛି ।

ଏହା ପୂର୍ବରୁ କପିଲ ‘କିସ କୋ ପ୍ୟାର କରୁଁ ମେ’ ଫିଲ୍ମରେ ଅଭିନୟ କରିସାରିଛନ୍ତି । କପିଲ ଶର୍ମା ସୋ ଜରିଆରେ କପିଲ ବହୁତ ପ୍ରସିଦ୍ଧ ହୋଇଥିଲେ କିନ୍ତୁ ସୁନୀଲ ଗ୍ରୋଭର ସୋ ରୁ ପଳାଇବା ଓ କପିଲଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁ ଏହି ସୋ ବନ୍ଦ ହୋଇଯାଇଥିଲା । କପିଲ ଶର୍ମାଙ୍କ କମେଡି ସୋ’ ପୁଣିଥରେ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ଦର୍ଶକମାନେ ବି ଏହି କମେଡି ସୋ’କୁ ମିସ କରୁଛନ୍ତି । ନିଜେ କପିଲ ଶର୍ମା ଅନେକ ସମୟରେ କହିଛନ୍ତି କି ଏହି ସୋ ଶୀଘ୍ର ଆରମ୍ଭ ହେବା ଉଚିତ । କିନ୍ତୁ କେବେ ଆରମ୍ଭ ହେବ କିମ୍ବା ଏହି ସୋ କେବେ ଆସିବ ସେ ବିଷୟରେ କିଛି କହିନାହାନ୍ତି ।

ହଲିଉଡ ସହ କପିଲ ଶର୍ମା ଆସୋସିଏସନ ଯୋଡିହେବା ଖବର ଶୁଣିବାକୁ ମିଳୁଛି । ଆମେରିକାର ‘କମେଡି କରି’ ପ୍ରୋଜେକ୍ଟ ନଜରରେ ଆସିପାରନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାବାର୍ତ୍ତା କରିବା ପାଇଁ କପିଲ ଖୁବ ଶୀଘ୍ର ଆମେରିକା ଯିବେ ବୋଲି ଜଣାପଡିଛି ।