କନକ ବ୍ୟୁରୋ: ଅନୁଗୁଳର କଙ୍ଗାରୁ କୋର୍ଟ । କମେଣ୍ଟ ମାରିବାକୁ ନେଇ ଯୁବକଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କଲେ ଲୋକ । ଅନୁଗୁଳ ଜିଲ୍ଲା ତାଳଚେର ବାଲୁଗାଁରୁ ଆସିଛି ଏପରି ଖବର । ସେହି ଗାଁର ଛାତ୍ରୀମାନେ କଲେଜକୁ ପାଠ ପଢ଼ିବାକୁ ଯାଉଥିବା ବେଳେ ୩ ଜଣ ଯୁବକ ସେମାନଙ୍କୁ ଲଗାତର ଭାବେ କମେଣ୍ଟ ମାରୁଥିଲେ । ଏନେଇ ଛାତ୍ରୀମାନେ ଗାଁରେ ଜଣାଇଥିଲେ । ଆଜି ପୁଣି ୩ ଯୁବକ କମେଣ୍ଟ ମାରିବା ବେଳେ ଗାଁ ଲୋକ ମାଡ଼ି ବସିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସିପଳାଇଥିବା ବେଳେ ଜଣେ ଯୁବକ ଧରାପଡ଼ିଯାଇଥିଲେ । ଆଉ ତାଙ୍କୁ ଗାଁ ଲୋକ ଧରି ଲଣ୍ଡା କରିଦେଇଥିଲେ । ଏହାସହ ସମ୍ପୃକ୍ତ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କମେଣ୍ଟ ମାରିବାକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟ । ତାଳଚେର ବାଲୁଗାଁରେ ଯୁବକଙ୍କୁ ଗାଁ ଦାଣ୍ଡରେ ଶାସ୍ତି
/kanak/media/post_attachments/wp-content/uploads/2022/10/12-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)