ନିକଟରେ ହ୍ରିତିକ ରୋଶନଙ୍କ ସହ ଲଭ୍ ଆଫାୟରକୁ ନେଇ ଚର୍ଚ୍ଚିତ ଥିବା ବଲିଉଡ କୁଇନ କଙ୍ଗନା ରଣାୱତ ପୁଣି ଏକ ନୂଆ ଖୁଲାସା କରିଛନ୍ତି । ଆସନ୍ତା ବର୍ଷରେ ବିବାହ କରିବାକୁ ଯାଉଛନ୍ତି କଙ୍ଗନା । ତେବେ ବହୁ ବାଦ ବିବାଦ ପରେ ଏନେଇ କଙ୍ଗନା ନିଜେ ମୁହଁ ଖୋଲିଥିବା ବେଳେ କିଏ ତାଙ୍କ ଜୀବନସାଥୀ ହେବେ ସେନେଇ ସେ କୌଣସି ସୂଚନା ଦେଇନାହାଁନ୍ତି ।
ଅନ୍ୟପଟେ ଗଣମାଧ୍ୟମର ପ୍ରତିନିଧିମାନେ ଏସଂପର୍କରେ କଙ୍ଗନାଙ୍କୁ ପ୍ରଶ୍ନ କରିବାରୁ ସେ ଏହାକୁ ଏଡାଇ ଦେଇଛନ୍ତି । ତେବେ ୨୦୧୭ରେ କଙ୍ଗନାଙ୍କ ଦୁଇଟି ବଡ ବଡ ସିନେମା ‘ରଙ୍ଗୁନ ଓ ସିମରନ’ ପରଦାକୁ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/1462428686141.jpg)