ଯାତ୍ରାରେ ଅଶ୍ଳୀଳତା ବନ୍ଦ ପାଇଁ ନିର୍ଦ୍ଦେଶ ପରେ କେମିତି ଚାଲିଛି ଯାତ୍ରା? ସ୍ଥିତି ପରିଖିଲା କନକ ନ୍ୟୁଜ୍ ।

କଳାକାର କହିଲେ, ଯାତ୍ରାରେ ନାହିଁ ଅଶ୍ଳୀଳତା, କାହାଣୀକୁ ଦିଆଯାଉ ଗୁରୁତ୍ୱ

216

କନକ ବ୍ୟୁରୋ: କରୋନା କଟକଣା ହଟିବା ପରେ ଏବେ ଫୁଲଦମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ ଚାଲିଛି । ଖଚାଖଚ୍ ଦର୍ଶକ ଆସୁଛନ୍ତି କିନ୍ତୁ ରାଜ୍ୟ ସରକାର ଅଶ୍ଲୀଳ ନୃତ୍ୟ ଓ ଦ୍ୱି-ଅର୍ଥବୋଧକ ଶଦ୍ଦ ଉପରେ କଟକଣା ଲଗାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଉସଫୁଲରେ ଚାଲିଛି ଯାତ୍ରା । କଟକଣା ପରେ କେମିତି ଚାଲିଛି ଯାତ୍ରା ସେ ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିିଛି କନକ ନ୍ୟୁଜ ଟିମ । ଯେଉଁଥିରେ ଉଭୟ କଳାକାର ଓ ଦର୍ଶକ ସେମାନଙ୍କ ମତାମତ ରଖିଛନ୍ତି । ଅଧିକାଂଶଙ୍କ କହିବା ଥିଲା , ଯାତ୍ରା ଠିକଠାକ ଚାଲିଛି । ଅଶ୍ଳୀଳତାର ଚିହ୍ନବର୍ଣ୍ଣ ନାହିଁ । ଯାତ୍ରାରୁ ଅଶ୍ଳୀଳତାକୁ ହଟାଇଦେବା ଦରକାର । କଳାକାରଙ୍କ କହିବା କଥା ହେଲା, ଯାତ୍ରାରେ ଅଶ୍ଳୀଳତା ନାହିଁ ।

  • ଯାତ୍ରା ଦେଖିବାକୁ ଆସିବେ କି ଦର୍ଶକ?
  • ଭଲ କାହାଣୀକୁ ନେଇ କାହିଁକି ହେବନି ଯାତ୍ରା?

ଯାତ୍ରାରେ ଅଶ୍ଲୀଳତା ଚାଲିବ ନା ନାହିଁ ତାକୁ ନେଇ ଦୀର୍ଘଦିନ ଧରି ବିତର୍କ ଲାଗିରହିଛି । ଅଶ୍ଲୀଳତାର ସଂଜ୍ଞା ନିରୂପଣ କରିବ କିଏ ତାକୁ ନେଇ ବି ପ୍ରଶ୍ନ ଉଠିଛି । ଏଭଳି ସ୍ଥଳରେ ଆଇଟମ୍ ଡ୍ୟାନ୍ସ ସହ ଦ୍ୱି-ଅର୍ଥବୋଧକ ସଂଳାପ ଯାତ୍ରାକୁ ବିବାଦୀୟ କରିଛି । ଅନେକଙ୍କ ମତରେ, ଦ୍ୱି-ଅର୍ଥବୋଧକ ସଂଳାପ ଯାତ୍ରାର ଏକ ଅଂଶ । କିନ୍ତୁ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବା ଉଚିତ ନୁହେଁ । ବରଂ କାହାଣୀ ଦମଦାର ହେବା ଦରକାର । ଯଦି କାହାଣୀ ଦମଦାର ହୁଏ ତାହାହେଲେ ଅଶ୍ଳୀଳତା ଦେଖିବାକୁ ଦର୍ଶକ ରହିବେ ନାହିଁ ।

ବର୍ତ୍ତମାନ ଯାତ୍ରା ସିଜିନ । ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଛି ଯାତ୍ରା । ପ୍ରଶ୍ନ ଉଠୁଛି…

  • ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ?
  • ସୀମାରେଖା ନ ରଖି ସେନସର ବୋର୍ଡ ରହିବା ଜରୁରୀ ନୁହେଁ କି?
  • ଆଲୋଚନା, ବିତର୍କ ନ କରି ଏଭଳି କଟକଣା ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ 
  • କଟକଣା ପରେ ଯାତ୍ରା ଦେଖିବାକୁ କେତେ ଦର୍ଶକ ଆସିବେ?
  • ମାଲିକଙ୍କ ଖର୍ଚ୍ଚ ଉଠିବ ନା ନାହିଁ ?