ସ୍ୱାସ୍ଥ୍ୟ ସମ୍ବାଦ ଏବଂ କନକ ନ୍ୟୁଜ୍‌ ପକ୍ଷରୁ ‘ଦି ହେଲ୍‌ଥ କନକ୍ଲେଭ-୨୦୨୩’: ଯୋଗଦେବେ ବିଶିଷ୍ଟ ଚିକିତ୍ସାବିତ୍ ଡାକ୍ତର ରଣଦୀପ ଗୁଲେରିଆ

132

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସମ୍ବାଦ ଏବଂ କନକ ନ୍ୟୁଜ୍‌ ତରଫରୁ ଭୁବନେଶ୍ୱର‌ରେ ଆୟୋଜିତ ହେବାକୁ ଯାଉଛି ‘ଦି ହେଲ୍‌ଥ କନକ୍ଲେଭ-୨୦୨୩’। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଆହ୍ୱାନ ଓ ତାହାକୁ କିପରି ସାମ୍ନା କରିହେବ, ସେସମ୍ପର୍କରେ ରାଜ୍ୟ ତଥା ଦେଶର ପ୍ରମୁଖ ଚିକିତ୍ସାବିତ୍ ଏଥିରେ ଆଲୋଚନା କରିବେ । ଏମ୍‌ସ ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହି ହେଲ୍‌ଥ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଦେଶରେ କୋଭିଡ୍‌-୧୯ ଚରମ ସୀମାରେ ଥିବା ସମୟରେ ଡାକ୍ତର ଗୁଲେରିଆ ସାରା ଦେଶକୁ ମହାମାରୀ ସମ୍ପର୍କରେ ସଚେତନ କରୁଥିଲେ। ଏହା ଛଡ଼ା ମହାମାରୀ ରୋକିବା ଲାଗି ଜନସଚେତନତା କାର୍ଯ୍ୟକ୍ରମର ମଧ୍ୟ ନେତୃତ୍ୱ ନେଇଥିଲେ ।

‘ଦି ହେଲ୍‌ଥ କନକ୍ଲେଭ-୨୦୨୩’ରେ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍‌ ଡାକ୍ତର ସୁବ୍ରତ ବାଗ୍‌ଚୀ, ଡାକ୍ତର ଗୁଲେରିଆଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି । ଜଟିଳ ରୋଗର କାରଣ ଓ ନିରାକରଣ, ଟେକ୍ନୋଲୋଜି ଦ୍ୱାରା କିପରି ଚେହେରା ବଦଳାଯାଇ ପାରୁଛି, ଲିଭର୍‌ ସମସ୍ୟା ଓ ଏହାର ସମାଧାନ ଏବଂ ସୁସ୍ଥ ରହିବାର ସୂତ୍ର ପରି ଅନେକ ବିଷୟରେ ଏହି କନକ୍ଲେଭ୍‌ରେ ଆଲୋଚନା କରାଯିବ । ଡାକ୍ତର ଗୁଲେରିଆଙ୍କ ସମେତ ଓଡ଼ିଶାର ଅନେକ ଅଭିଜ୍ଞ ଡାକ୍ତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରିବେ ।

ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍‌ର ଫେସବୁକ୍ ପେଜ୍‌ରେ ଦେଖି ହେବ। ଏହା ଦେଖିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରନ୍ତୁ ।

https://m.facebook.com/events/1165482277357236?sfnsn=wiwspwa&mibextid=RUbZ1f