ମହିଳା ସରପଂଚଙ୍କୁ ସଂଘବଦ୍ଧ ଆକ୍ରମଣ : ସମସ୍ତଙ୍କ ସମୁଖରେ ୫ଜଣ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ସଂରପଂଚ ରେଣୁବାଳା ପଲେଇ

ଥାନାରେ ମାମଲା, କରୋନା ଫାଇଲକୁ ହୋଇଥିଲା ବିବାଦ

227

କନକ ବ୍ୟୁରୋ : ସର୍ବ ସମ୍ମୁଖରେ ମହିଳା ସରପଂଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ସୂଚନା ମୁତାବକ ମହିଳା ସରପଂଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଲ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ ତାଙ୍କ ସ୍ୱାମୀ ରଂଜନ କୁମାର ସାହୁ ଏବଂ ଦୁଇ ପୁଅ ଓ ଶଶ୍ୱୁର ମିଶି ସରପଂଚକୁ କୋଭିଡ ଫାଇଲ ମାଗିଥିଲେ । କୋଭିଡ ଫାଇଲ ତାଙ୍କ ପାଖରେ ନାହିଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଅଛି ସେ ଆସିଲେ ଫାଇଲ ଦେବି ବୋଲି କହିଥିଲେ । ହେଲେ ଲତାଙ୍ଗୀନ ସାହୁଙ୍କ ପରିବାର ଲୋକେ ଉତକ୍ଷିପ୍ତ ହୋଇ ସରପଂଚଙ୍କୁ ସର୍ବସମ୍ମୁଖରେ ଘୋଷାଡ଼ି ଘୋଷାଡି ମାଡ଼ ମାରିଥିଲେ । ସରପଂଚଙ୍କ ସ୍ୱାମୀ ଉଦ୍ଧାର କରିବାକୁ ଗଲା ବେଳେ ତାଙ୍କୁ ମଧ୍ୟ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଆକ୍ରମଣକାରୀମାନେ ଧମକ ମଧ୍ୟ ଦେଇଥିବା ସରପଂଚ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।