ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦ : କାମାକ୍ଷାନଗରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦ : କାମାକ୍ଷାନଗରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

କନକ ବ୍ୟୁରୋ : କାମାକ୍ଷାନଗରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ । ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓକିଲ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ୫୩ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି ।

ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଆଇନଜୀବୀ ଶଶଧର ମହାନ୍ତି ,ଭୂବନ ଓକିଲ ସଂଘର ସମ୍ପାଦକ ପ୍ରହ୍ଲାଦ ସାହୁ ଓ ଭୁବନ କୋର୍ଟର ୨ଜଣ କର୍ମଚାରୀ କାମାକ୍ଷାନଗରର ଏକ ହୋଟେଲକୁ ରାତି ଭୋଜନ କରିବାକୁ ଯାଇଥିଲେ । ସେଠାରେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ ମାରିବା ଯୋଗୁଁ ସମସ୍ତେ ଆହତ ହୋଇଥିବା ବେଳେ ଆଇନଜୀବୀ ଶଶିଧର ମହାନ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ, ତାଙ୍କର ଚିକିତ୍ସା ଜାରି ରହିଛି । ଏବେବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏହାରି ଭିତରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କେବଳ ଜଣଙ୍କୁ ଗିରଫ କରି ହାତି ବାନ୍ଧି ବସି ପଡିଛି ।

ଓକିଲ ସଂଘ ତରଫରୁ ପୋଲିସକୁ ବାରମ୍ବାର ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇିଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଏହାର ପ୍ରତିବାଦ ଆଜି ୧୨ ଘଣ୍ଟିଆ କାମାକ୍ଷାନଗରକୁ ସମୂର୍ଣ୍ଣ ବନ୍ଦ ରଖିବାକୁ ଓକିଲ ସଂଘ ଆହ୍ବାନ ଦେଇଛି । ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଯାଜପୁର -ଭୁବନ -କାମାକ୍ଷାନଗର -ତାଳଚେର - ଅନୁଗୁଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ ଅବରୋଧ ହୋଇଛି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାକୁ ମଧ୍ୟ ଯାତାୟତ ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe