ପେଟ ଚାଖଣ୍ଡକ ପାଇଁ ନାଟ । କମ୍ପାନୀ ପାଖରେ ବନ୍ଧା ପଡିଛି ଜୀବନ । ଦାଦନ ଶ୍ରମିକର କରୁଣ କାହାଣୀ…

67

କନକ ବ୍ୟୁରୋ: ଦାଦାନ ଘଟିବାକୁ ଯାଇ ପଣବନ୍ଦୀ । କଂପାନୀରେ ଅଜସ୍ର ଖଟୁଥିବା ବେଳେ ପେଟକୁ ଦାନା ମିଳୁନଥିବା ଅଭିଯୋଗ । ଘରକୁ ଫେରିବାକୁ କହିଲେ ଠିକାଦାର ଦେଉଛି ନିର୍ଯ୍ୟାତନ । ଏଭଳି ପଣବନ୍ଦୀ ଜୀବନ ଜିଉଁଛନ୍ତି ଭବାନୀପାଟଣାର ଦାଦନ ଶ୍ରମିକ । କୌଶଳକ୍ରମେ ଜଣେ ଶ୍ରମିକ ଦଲାଲ କବଳରୁ ଖସି ଆସି ବଖାଣିଛନ୍ତି ଦାଦନର ଦୁଃଖ ।

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତିତ ହେଉଛନ୍ତି ଏହି ନାବାଳକ ଦାଦନ ଶ୍ରମିକ । ଏମାନେ ହେଉଛନ୍ତି କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସହରର ୧୪ ନମ୍ବର ୱାଡ଼ର ଶବରପତାର ପିଲା । ଏମାନଙ୍କ ସମେତ ଜିଲ୍ଲାର ମୋଟ ୬ ଜଣ ଶ୍ରମିକ ହାଇଦ୍ରାବଦର ଏଭରେଷ୍ଟ କଂପାନୀରେ ପଣବନ୍ଦୀ ହୋଇ ରହିଥିବା ଅଭିଯୋଗ ହୋଇଛି । ଦୁଇମାସ ହେବ ଏମାନଙ୍କୁ ପଣବନ୍ଦୀ କରି ରଖିଛି ଦଲାଲ । ପଣବନ୍ଦୀ ଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଖସି ଆସି ଦାଦାନର ଦୁଃଖ ବଖାଣିଛନ୍ତି ।

ଦଲାଲ, କଂପାନୀରେ ୧୩ ଘଟାଉ ଥିବା ବେଳେ ଠିକ୍ ଭାବେ ଖାଇବାକୁ ଦେଉନଥିବା ଅଭିଯୋଗ ହୋଇଛି । ଘରକୁ ଫେରିବାକୁ କହିଲେ ଆଗୁଆ ଟଙ୍କା ଫେରସ୍ତ ପାଇଁ ଚାପ ପକାଉଥିବା ଶ୍ରମିକଙ୍କ ପରିବାର ଅଭିଯୋଗ କରିଛନ୍ତି । ଏହାରି ଭିତରେ ଛନ୍ଦି ହୋଇଯାଇଛି ଦାଦନର ଜୀବନ । ଅନ୍ୟପଟେ ଶ୍ରମିକଙ୍କ ଅଭିଯୋଗକୁ ଭିତି କରି ଭବାନୀପାଟଣା ପୋଲିସ ଦୁଇ ଦଲାଲଙ୍କୁ ଅଟକ ରଖି କରୁଛି ପଚରାଉଚରା କରୁଥିବା ସୂଚନା ମିଳିଛି ।