କନକ ବ୍ୟୁରୋ : ଘଡି ସନ୍ଧି ମୁହୂର୍ତ୍ତରେ ବଡ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବଡ ପଦକ୍ଷେପ ନେଇ ଦୁଇ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ଘୋଷଣା କରିବା ସମୟରେ ଦୃଢୋକ୍ତି ସହ କେଜ୍ରିୱାଲ କହିଛନ୍ତି କି ଆଗକୁ ଦ୍ରୁତ ଗତିରେ ଦିଲ୍ଲୀର ଜନତାଙ୍କ ପାଇଁ କାମ କରିବ ଆମ ଆଦମୀ ପାର୍ଟି । ଏଥିସହ ସେ ମୋଦି ସରକାରଙ୍କୁ ଘେରିଛନ୍ତି ।

Advertisment

ସେ କହିଛନ୍ତି, ନିଜ କ୍ଷମତାର ଦୁରୂପଯୋଗ କରୁଛି ବିଜେପି । ନିଜ ଇଚ୍ଛା ଅନୁସାରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି ମୋଦି ସରକାର । ବିନା ଦୋଷରେ ନେତା ଓ ମନ୍ତ୍ରୀଙ୍କୁ ଜେଲ ପଠାଉଛନ୍ତି । ସିସୋଦିଆ ଓ ସତ୍ୟେନ୍ଦ୍ରଙ୍କ ଉପରେ ସାରା ଦେଶ ଗର୍ବ ଅନୁଭବ କରୁଥିବାବେଳେ ତାଙ୍କୁ ଜେଲ ପଠାଇ ବିଜେପି କେବଳ ପ୍ରତିଶୋଧ ନେଉଥିବା ସେ କହିଛନ୍ତି । ଏଥିସହ କେଜ୍ରିୱାଲ କହିଛନ୍ତି ଦିନେ ଇନ୍ଦିରା ଗାନ୍ଧୀ ଯାହା କିଛି କରୁଥିଲେ, ଏବେ ସେମିତି କିଛି ମୋଦୀ କରୁଥିବା କେଜ୍ରିୱାଲ କହିଛନ୍ତି ।

ଦିଲ୍ଲୀ ସରକାର ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ଦୁଇ ଜଣମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି । ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଦିଆଯାଇଛି । ସେପଟେ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।