କାଇ ଚଟଣିକୁ ମିଳିବ ଜିଆଇ ଟ୍ୟାଗ! ମୟ୍ରୁରଭଞ୍ଜ ଆଦିବାସୀଙ୍କ ସ୍ୱତନ୍ତ୍ର ଖାଦ୍ୟ କାଇ ଚଟଣି।

406

କନକ ବ୍ୟୁରୋ: କାଇ ଚଟଣି ନାଁ ଶୁଣିଲେ ହଠାତ ଆପଣ ଏହାକୁ ବୁଝିପାରୁନଥିବେ । ଏହା ଏକ ସ୍ୱତନ୍ତ୍ର ଚଟଣି । ମୟୁରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକେ ଗଛରେ ରହୁଥିବା ନାଲି ପିମ୍ପୁଡି ବା କାଇକୁ ନେଇ ଏହି ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି । ଏହାକୁ ଅତି ସ୍ୱାଦିଷ୍ଟ ବୋଲି ବି ସେମାନେ ଦାବିକରିଥାନ୍ତି ।

କାଇ ଚଟଣିକୁ ଜିଆଇ ଟ୍ୟାଗ ଦେବା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଆନୁଷଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଆଉ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ ।

କୁହାଯାଏ ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ହେଉଛି କାଇଚଟଣି ।
-କାଇରେ ପ୍ରୋଟିନ, କ୍ୟାଲସିୟମ, ଜିଙ୍କ୍, ଭିଟାମିନ-୧୨, ପୋଟାସିୟମ, ସୋଡିୟମ ଭଳି ଅନେକ ଭିଟାମିନ ରହିଛି
-ମଣିଷ ଶରୀରରେ କାଇ ଚଟଣି ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ
-ମୁଖ୍ୟତଃ ଲାର୍ଭା ଓ କିଶୋର ଅବସ୍ଥାରେ ଥିବା ନାଲି ଜନ୍ଦାମାନଙ୍କୁ ଚଟଣି କରିଥାନ୍ତି
-ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା ଓ ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରିଥାନ୍ତି
-ସ୍ଥାନୀୟ ବଜାରରେ ଏବି ବିକ୍ରୀ ବି ହୋଇଥାଏ
-ଜ୍ୱର, ଥଣ୍ଡା, ଦୃଷ୍ଟି ଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ପାଇଁ କାଇ ଚଟଣି ଫଳପ୍ରଦ
-ସୁସ୍ଥ ମସ୍ତିଷ୍କ ପାଇଁ ବି କାଇଚଟଣି ଫଳପ୍ରଦ ବୋଲି କୁହାଯାଏ

ଆଦିବାସୀ ବୈଦ୍ୟମାନେ କାଇକୁ ସଂଗ୍ରହ କରି ଏହାକୁ ସୋରିଷ ତେଲ ସହ ମିଶାଇ ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି । ୩୦ ଦିନର ଏଭଳି ତେଲ ଶିଶୁମାନଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଏବେ ଜିଆଇ ଟ୍ୟାଗ ମିଳିଲେ କାଇଚଟଣିକୁ ଅଧିକ ପ୍ରୋତ୍ସାହନ ମିଳିବା ଆଶା କରାଯାଉଛି ।