ପରୀକ୍ଷା ଦେଉଥିଲେ ପିଲା, ଫୁଟିଲା ବୋମା: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ

98

କନକ ବ୍ୟୁରୋ: ଶୁକ୍ରବାର ସକାଳୁ ସକାଳୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । କାବୁଲର ଶିଂହା ପ୍ରାନ୍ତରେ ଥିବା କାଜ୍ ଶିକ୍ଷାନୁଷ୍ଠାନରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ଏବେ ସୁଦ୍ଧା ୧୯ ଜଣ ପ୍ରାଣ ହରାଇଥିବାବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଏହି ଭୟାନକ ବିସ୍ଫୋରଣ । ଘଟଣାକୁ ନେଇ ଆଫଗାନିସ୍ତାନ ପୋଲିସ କହିଛି, ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ବର୍ତମାନ ସୁଦ୍ଧା ନିଜକୁ ଦାୟି କରିନାହାନ୍ତି ।

ଆଫଗାନିସ୍ତାନରେ ବାରମ୍ବାର ଏପରି ବିସ୍ପୋରଣ ଘଟୁଛି । ଚଳିତ ମାସ ସେପ୍ଟେମ୍ବର ୨୩ରେ ଅର୍ଥାତ୍ ଗତ ଶୁକ୍ରବାର ଦିନ ମସଜିଦ୍ରେ ଏକ ଆତ୍ମଘାଟି ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଘଟଣାସ୍ଥଳରେ ଟଳିପଡିଥିଲେ ୪ ଜଣ ବ୍ୟକ୍ତି । ତାଲିବାନ୍ ଦଖଲକୁ ଆସିବା ପରେ ଅଶାନ୍ତ ହୋଇପଡିଛି ଆଫ୍ଗାନିସ୍ତାନ । ଲଗାତାର ଭାବେ ସେଠାରେ ହିଂସା ଘଟି ଲୋକମାନେ ପ୍ରାଣ ହରାଉଛନ୍ତି । କେତେବେଳେ ବନ୍ଧୁକ ମାଡ, ଆଉ କେତେବେଳେ ବୋମାମାଡ ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବର୍ତମାନ ଇସଲାମିକ ଷ୍ଟେଟ ପାଇଁ ଏହା ବଡ ଚ୍ୟାଲେଂଜ ସାବ୍ୟସ୍ତ ହୋଇଛି । କହିବାକୁ ଗଲେ ତାଲିବାନର ପ୍ରମୁଖ ପ୍ରତିଦ୍ୱନ୍ଦୀ ସାଜିଛି ଆଇଏସଆଇ । ତେଣୁ ଏଭଳି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟର ହାତ ଥିବା କହିଛି ତାଲିବାନ । ରୀତିମତ କାବୁଲ ସମେତ ଆଫଗାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟୁଛି । ସାର୍ବଜନୀନ ସ୍ଥାନଠୁ ନେଇ ଦୂତାବାସ ପର୍ଯ୍ୟନ୍ତ କିଛି ବାଦ ପଡୁନି । ତେବେ ଆଫଗାନକୁ ତାଲିବାନ କବଜା କରିବା ପରେ ଏଭଳି ଆତ୍ମଘ।।ତୀ ବିସ୍ଫୋରଣ ଏବେ ପ୍ରତ୍ୟକ ଦିନର ଘଟଣାରେ ପରିଣତ ହେଉଛି ।