ଉପହାରରେ ଖାକିି ବର୍ଦ୍ଦି

37

vlcsnap-2016-06-02-17h09m00s632ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ପ୍ରତିଭାକୁ ମିଳିଲା ପୁରସ୍କାର । ଅଲିମ୍ପିଆନ ତଥା କମନ ୱେଲଥ ଗେମରେ ସ୍ୱର୍ଣ୍ଣ ଜିତିଥିବା କେ. ରବି କୁମାରଙ୍କୁ ଶେଷରେ ଡିଏସପି ପଦରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ଗ୍ରୁପ-ଏ ପାହ୍ୟାରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ କ୍ରୀଡାବିତ । ୬୯ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ସେ ଜିତିଥିଲେ । ସଫଳତାର ତାଲିକା ଢେର ଲମ୍ବା, ହେଲେ ରାଜ୍ୟ ସରକାରଙ୍କ ଘୋଷଣା କାର୍ଯ୍ୟକାରୀ ଦିଗରେ ଉଦାସୀନତା ତାଙ୍କୁ ନିରାଶ କରିଥିଲା । ଆଉ ଏବେ ଏଥିରେ ପଡିଛି ପୁର୍ଣ୍ଣଛେଦ । ଭାରୋତଳର ରବି କୁମାର ଏବେ ଡିଏସପି ।

vlcsnap-2016-06-02-17h37m07s972ବ୍ରହ୍ମପୁରର କେ. ରବି କୁମାର । ଛୋଟିଆ ସହରରୁ ଯାତ୍ରା ବିଶ୍ୱ ଦରବାର ଯାଏଁ । ୨୦୦୫ ମସିହାରୁ କ୍ରମାଗତ ସଫଳତା । ଅଜସ୍ର ସମ୍ମାନ । ହେଲେ ଅସୁସ୍ଥତା କାରଣରୁ ଆଉ ଆଗକୁ ବଢିପାରିନଥିଲେ । ଏହାରି ଭିତରେ ରାଜ୍ୟ ସରକାର ରବିଙ୍କ ପାଇଁ ଘୋଷଣା କରିଥିଲେ ପୁରଷ୍କାର । ହେଲେ ପୂରଣ ଦିଗରେ ବିଳମ୍ବକୁ ନେଇ ଏହି ଅଲିମ୍ପିଆଡ କ୍ଷୋଭ ପ୍ରକାଶ କରିଥିଲେ । ଏହାରି ଭିତରେ ସେ ଛାଡିଦେଇଥିଲେ ନିଜ ମିଲିଟାରୀ ଚାକିରୀ । ବେକାର ହୋଇ ଘରେ ବସି ରହିଥିବା ରବି ନିଜର କ୍ଷୋଭକୁ ଆଣିଥିଲେ ଗଣମାଧ୍ୟମ ସାମ୍ନାକୁ ।

ଓଡିଶା କୃତୀ କ୍ରୀଡାବିତ ନିୟମ ୨୦୧୫ ଅନୁଯାୟୀ ରାଜ୍ୟ ସରକାର ରବି କୁମାରଙ୍କୁ ଏବେ ଦେଇଛନ୍ତି ନିଯୁକ୍ତି । ନିକଟରେ ଦୂତୀ ଚାନ୍ଦ, ଶ୍ରବଣୀ ନନ୍ଦଙ୍କୁ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।