ତେଲେଙ୍ଗାନାରେ କେସିଆର୍ ଉଡ଼ାଇଲେ ବିଜୟବାନା : ଜାଣନ୍ତୁ ଆଂଚଳିକ ଦଳକୁ ବହୁମତ ମିଳିବା ପଛର କାହାଣୀ

ଦଳ ସୁପ୍ରିମୋ କେ ଚନ୍ଦ୍ର ଶେଖର ରାଓ ଜନତାଙ୍କ ସମର୍ଥନ ପାଇବାରେ ସକ୍ଷମ ହୋଇଛନ୍ତି ।

253

କନକ ବ୍ୟୁରୋ : ତେଲେଙ୍ଗାନାରେ ଏକ ଆଂଚଳିକ ଦଳ ଭାବେ ପ୍ରଭାବଶାଳୀ ବୋଲି ପୁଣି ଥରେ ପ୍ରମାଣିତ କରିଛି ଟିଆରଏସ । ଦଳ ସୁପ୍ରିମୋ କେ ଚନ୍ଦ୍ର ଶେଖର ରାଓ ଜନତାଙ୍କ ସମର୍ଥନ ପାଇବାରେ ସକ୍ଷମ ହୋଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି କେସିଆର ଏବଂ ତାଙ୍କ ଦଳକୁ କାହିଁକି ଏତେ ସମର୍ଥନ ମିଳିଲା ।

ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରେ ୨୦୧୮ ବିଧାନସଭା ନିର୍ବାଚନରେ କେ ଚନ୍ଦ୍ରଶେଖର ରାଓଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା । ଗୋଟିଏ ଆଂଚଳିକ ଦଳର ବିଜୟ ପଛରେ ରହିଥିବା ଏହି ପ୍ରବଳ ଜନସମର୍ଥନ ପାଇଁ କେତେକ ନିର୍ଦ୍ଦିଷ୍ଟ କାରଣ ରହିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

 

• ତେଲେଙ୍ଗାନା ପାଇଁ କେସିଆରଙ୍କ ଲଢେଇ ଏକ ପ୍ରମୁଖ କାରଣ । ଏଥିପାଇଁ ସେ ବାରମ୍ବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରିସାରିଛନ୍ତିା ତେଲେଙ୍ଗାନାର ବିକାଶ ଠପ୍ ହେବାପାଇଁ ସେ ଚନ୍ଦ୍ରବାବୁଙ୍କୁ ଦାୟୀ କରିଥିଲେ ।
• ସରକାରଙ୍କ ଦ୍ୱାରା ପ୍ରଚଳିତ ଜନ ମଙ୍ଗଳକାରୀ ଯୋଜନା । ଏହି ଯୋଜନା ଅନ୍ତର୍ଗତ ସାମାଜିକ ସୁରକ୍ଷା ପେନସନ୍ ଏବଂ ଚାଷୀମାନଙ୍କୁ ଏକର ପିଛା ବାର୍ଷିକ ୮ ହଜାର ଟଙ୍କାର ସହାୟତା ।

• ବିଦ୍ୟୁତ ଶକ୍ତି କମ ରହିବା ନେଇ ଥିବା ସମସ୍ୟାର ସମାଧାନ

• ବିବାହ ସମୟରେ ଝିଅର ପରିବାରକୁ ଲକ୍ଷେ ଟଙ୍କା ପ୍ରଦାନ

• ବଂଶବାଦ ଅଭିଯୋଗର ପଡିଲାନି ପ୍ରଭାବ

• ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଜନଜାତି ଏବଂ ମୁସଲମାନଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ଏବଂ ଆନ୍ଦୋଳନକୁ ଜୋରଦାର କରିବା

ଚର୍ଚ୍ଚା ହେଉଛି ଏହି ପ୍ରମୁଖ ପ୍ରସଙ୍ଗରେ ଦାବି ହାସଲ କରିବା ଏବଂ ସମସ୍ୟାର ସମାଧାନ କରି କେସିଆର ଜନତାଙ୍କ ନିକଟତର ହୋଇଥିଲେ ଏବଂ ସେମାନଙ୍କ ହୃଦୟରେ ରାଜ କରିଥିଲେ । ଯାହାର ପରିଣାଣ ୨୦୧୮ ବିଧାନସଭା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା ।