ଜମି କେଳେଙ୍କାରୀ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ହୋଇପାରିଲାନି ପଦୋନ୍ନତି : ପୂର୍ବତନ ବିଚାରପତି ବିପି ଦାସ

138

କନକ ବ୍ୟୁରୋ : ପୂର୍ବତନ ବିଚାରପତିଙ୍କ ବୟାନକୁ ନେଇ ହଲଚଲ । ଇଚ୍ଛାଧୀନ କୋଟା କେଳେଙ୍କାରୀର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ହୋଇ ପାରିଲେନି ମୁଖ୍ୟ ବିଚାରପତି । ଏଭଳି ରିପୋର୍ଟ ପ୍ରକାଶ କରିଛି ଏକ ଜାତୀୟ ଗଣମାଧ୍ୟମ ଇକୋନୋମିକ୍ସ ଟାଇମ୍ସ । ୩୭ ବର୍ଷ ତଳେ ମିଥ୍ୟା ସତ୍ୟପାଠ ଦେଇ ଇଚ୍ଛାଧୀନ କୋଟାରେ ଜମି ହାତେଇଥିବା ୩୦୦ ଜଣଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ଦାସ ।

ଜଷ୍ଟିସ ଦୀପକ ମିଶ୍ର ମଧ୍ୟ ଜମି ହାତେଇବା ତାଲିକାରେ ଥିଲେ । ୨୦୧୨ ଜାନୁଆରୀରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ୩ମାସ ପରେ ଅର୍ଥାତ ମାର୍ଚ୍ଚ ମାସରେ ପଂଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ଜଷ୍ଟିସ ଦାସଙ୍କ ନାଁକୁ ପ୍ରସ୍ତାବ କରାଗଲା । ହେଲେ ଏହାକୁ ବିରୋଧ କରିଥିଲେ ଜଷ୍ଟିସ ଦୀପକ ମିଶ୍ର ।

ଜଷ୍ଟିସ ଦାସଙ୍କ ନିଯୁକ୍ତିକୁ ବିରୋଧ କରି କଲେଜିଅମକୁ ଲେଖିଥିଲେ ଜଷ୍ଟିସ ମିଶ୍ର । ଜଷ୍ଟିସ ଦାସ ଫୋନ ଯୋଗେ ଏହି ବୟାନ ଦେଇଥିବା ସଂପୃକ୍ତ ଗଣମାଧ୍ୟମ ପ୍ରକାଶ କରିଛି । ତେବେ ଏନେଇ ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟାଳୟକୁ ଇ-ମେଲ ଯୋଗେ ପଚରାଯାଇଥିବା ପ୍ରଶ୍ନର କୌଣସି ଉତର ମିଳିନଥିବା ସଂପୃକ୍ତ ଗଣମାଧ୍ୟମ ଲେଖିଛି ।