ଦେଶ ବିଭାଜନ ଷଡଯନ୍ତ୍ରକୁ ବିଫଳ କରିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ : ପ୍ରଧାନମନ୍ତ୍ରୀ

ଉନ୍ମୋଚିତ ହେଲା ଷ୍ଟାଚ୍ୟୁ ଅଫ୍ ୟୁନିଟି

528

କନକ ବ୍ୟୁରୋ : ଉନ୍ମୋଚିତ ହେଲା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଗୁଜରାଟର କେୱାଡ଼ିଆଠାରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିରାଟକାୟ ପ୍ରତିମୂର୍ତିକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ଆଜି ଯେଉଁ ପରି ଭାବରେ ଏପରି ବିଶାଳ କାୟ ମୂର୍ତିର ଉଦଘାଟନ ହେଲା ତାହା ସାରା ଜୀବନ ଇତିହାସ ହୋଇ ରହିବ । କାରଣ ସେ ଯେ ଖାଲି ମାନବ ଥିଲେ ତାହା ନୁହେଁ  ବରଂ ଲୌହମାନବ ଥିଲେ । ତେଣୁ ସେପରି ଜଣେ ବ୍ୟକ୍ତିଙ୍କ ପ୍ରତିମୂର୍ତୀର ଉଦଘାଟନ କରିବା ମୋର ସୌଭାଗ୍ୟର ବିଷୟ । ସର୍ଦ୍ଦାର ଜଣେ କୃଷକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଥିଲେ ଅସାଧାରଣ । କେବଳ ସେତିକି ନୁହେଁ ଦେଶ ଭାଙ୍ଗିବା ଷଡଯନ୍ତ୍ରକୁ ବିଫଳ କରଥିଲେ ବୋଲି ମୋଦି କହିଛନ୍ତି ।

 

ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି , ଦେଶର ଅଖଣ୍ଡତାକୁ କ୍ଷୂର୍ଣ୍ଣ କରିବାର ଷଢ଼ଯନ୍ତ୍ରକୁ ବିଫଳ କରିଥିଲେ ସର୍ଦ୍ଦାର ପଟେଲ୍। ଆଜି ଏପରି ଏକ ଦିନ ଯେଉଁ ଦିନ ଜଣେ ବିରାଟ ବ୍ୟକ୍ତିତ୍ୱର ଅଧିକାରୀଙ୍କୁ ଉଚିତ ସମ୍ମାନ ମିଳିଛି । ଦେଶ ୫୦୦ରୁ ଅଧିକ ଭାଗରେ ବିଭକ୍ତ ହୋଇରହିଥିଲା ତେବେ ସର୍ଦ୍ଦାରଙ୍କ ଯୋଗୁ ସମସ୍ତଙ୍କୁ ଏକାଠି କରିବା ସମ୍ଭବ ହୋଇଥିବା ମୋଦି କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଏହି ମୂର୍ତି କୃଷକଙ୍କ ସ୍ୱାଭିମାନର ପ୍ରତୀକ ଓ ଏବେ ଆମେ କାହାର ଗୋଲାମୀ ସ୍ୱୀକାର କରିବୁ ନାହିଁ । ଏହି ଅବସରରେ ମୋଦି ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । କିଛି ଲୋକ ସରକାରଙ୍କ ପ୍ରତିଟି କାମକୁ ରାଜନୀତିର ଚଷମା ପିନ୍ଧି ଦେଖୁଛନ୍ତି । ଦେଶର ମହାପୁରୁଷଙ୍କୁ ସମ୍ମାନ ଦେବା ଅପରାଧ କି ବୋଲି ମୋଦି ପ୍ରଶ୍ନ କରିଛନ୍ତି । କିଛି ଲୋକ ସରକାର ଅପରାଧ କଲାଭଳି ଚିନ୍ତା କରୁଛନ୍ତି ।

 

ଏହି ଅବସରରେ ମୂର୍ତି ନିର୍ମାଣ ସହ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ମୋଦି ଧନ୍ୟବାଦ ଦେଇଛନ୍ତି । ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତି । ଆଗକୁ ଏହା ଗୁଜରାଟ ପର୍ଯ୍ୟଟନ ପାଇଁ ସହାୟକ ହେବା କୁହାଯାଉଛି । ତେବେ ମୋଦି ପହଚିଂବାର ଯଥେଷ୍ଟ ପୂର୍ବରୁ ଅନେକ ଲୋକ ସେଠାରେ ଉପସ୍ଥିତ ହୋଇ ରହିଥିଲେ । ମୋଦି ଆଜି ସର୍ଦ୍ଦାର ବଲ୍ଲଭଭାଇଙ୍କ ପ୍ରତିମୂର୍ତୀ ଉଦଘାଟନ କରି ବେଶ ଖୁସିଥିବା ମଧ୍ୟ ଦେଖାଯାଉଥିଲେ । ଏହାସହ ପ୍ରତିମୂର୍ତୀ ନିର୍ମାଣ ହେଉଥିବା ସମୟରେ ରାଜ୍ୟରେ ଛୋଟ ଛୋଟ ହିଂସା ଦେଖାଯାଇଥିଲା ହେଲେ ସମସ୍ତ ଘଟଣା ଅତିବାହିତ ହୋଇ ଶେଷରେ ଏପରି ଏକ ଦିନ ଆସି ଆଜି ପହଚିଂଛି ଯେଉଁଥି ପାଇଁ ସାରା ଦେଶ ଆଜି ଗର୍ବ କରିୁବ ବୋଲି ମୋଦି କହିଛନ୍ତି ।