ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ କହୁଛି ରାଜ୍ୟର ୪୯୯ ସ୍ଥାନରେ ଜଳୁଛି ଜଙ୍ଗଲ । ୬୭ ସ୍ଥାନରେ ବଡ଼ଧରଣର ନିଆଁ, ଏପଟେ ଟାସ୍କ ଫୋର୍ସ କହୁଛି- ଓଡ଼଼ିଶାରେ କମୁଛି ଜଙ୍ଗଲ ନିଆଁ

116
କନକ ବ୍ୟୁରୋ : ଓଡ଼ିଶାରେ ଜଙ୍ଗଲ ନିଆଁ ମଙ୍ଗଳବାର ତୁଳନାରେ ଗତକାଲି କମିଥିବା ନେଇ ରାଜ୍ୟ ସରକାର କହୁଥିବା ବେଳେ କିଛି ଭିନ୍ନ ତଥ୍ୟ ଦେଉଛି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ । ୨୪ ଘଂଟାରେ ଓଡ଼ିଶରେ ପୁଣି ନିଆଁ ବଢ଼ିଛି ବୋଲି ଏଫଏସଆଇ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ରାଜ୍ୟର ୨୯୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ୩୪ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିଲା । ଆଉ ଗତକାଲି ଅପରାହ୍ନରେ ଏଫଏସଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ୪୯୯ଟି ଜଙ୍ଗଲ ଜଳୁଛି ଏବଂ ୬୭ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଛି । ମୟୂରଭଂଜ ବାରିପଦା ଡିଭିଜନରେ ନିଆଁର ପରିମାଣ କମିଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବଢ଼ିଛି । ନୂଆପଡ଼ା. କୋରାପୁଟ, କନ୍ଧମାଳ, ବୌଦ୍ଧ ଆଦି ଜିଲ୍ଲାର ଏକାଧିକ ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିବା ସୂଚନା ଦିଆଯାଇଛି ।
ଗତକାଲି ଶିମିପାଳରେ ବର୍ଷା ହେବା ପରେ ନିଆଁ ଲିଭିଯିବା ନେଇ ସମସ୍ତଙ୍କ ମନରେ ଏକପ୍ରକାର ଆଶା ସୃଷ୍ଟି ହୋଇଥିଲା । କିନ୍ତୁ ଆଜିର ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟ ସମସ୍ତଙ୍କୁ ନିରାଶ କରିଛି