ଜୁଲାଇ ମାସରେ ଅଧିକ ରହିବ କରୋନା ସଂକ୍ରମଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ । ଅଧିକାଂଶ ଆକ୍ରାନ୍ତ ଲକ୍ଷଣବିହୀନ । ଅଧିକ ଟେଷ୍ଟ ହେଲେ ହୋଇପାରିବେ ଅଧିକ ସଂକ୍ରମିତ ଚିହ୍ନଟ । 

986

କନକ ବ୍ୟୁରୋ : ଜୁଲାଇ ମାସରେ କରୋନା ସଂକ୍ରମଣ ଅଧିକ ରହିବ । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । ଓଡିଶାରେ ଯେଉଁମାନେ ସଂକ୍ରମଣ ହେଉଛନ୍ତି. ସେଥିମଧ୍ୟରୁ ଅଧିକ ଲକ୍ଷଣ ବିହୀନ ଅଛନ୍ତି  ।ଯେତେ ଅଧିକ ଟେଷ୍ଟ ହେବେ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରିବେ ।   ଆଇସିଏମଆର ନୂଆ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

 ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ସର୍ଭେ କରୁଛନ୍ତି ।  ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ । ଏବଂ ସେ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇ ସଂକ୍ରମଣ ରୋକାଯାଇପାରିବ । ଟେଷ୍ଟ, ଟ୍ରାକ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ୩ଟି ହିଁ ଅଧିକ କରୋନାକୁ ନିୟନ୍ତ୍ରଣ କରିପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ  ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ଆଜି ପ୍ରାଥମିକ ସ୍ତରରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ ।  ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।