ଜୁନାଗଡ ରେଳ ଷ୍ଟେସନ ରେକ୍ ପଏଣ୍ଟରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଖାଦ୍ୟ ସାମଗ୍ରୀ ଆମଦାନୀ-ରପ୍ତାନୀ ଭିତରେ ପେଶୀ ହେଉଛନ୍ତି ଶ୍ରମିକ

89

କନକ ବ୍ୟୁରୋ : ୩ ବର୍ଷ ହେଲା ଜୁନାଗଡ ରେଲ ଷ୍ଟେସନରୁ ରେକ ପଏଂଟରୁ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଉଳ, ମକା ଭଳି ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି । ଓଡିଶା ସମେତ କୋଲକାତା, ଆସାମ, ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶ ଭଳି ଅନେକ ସ୍ଥାନକୁ ଖାଦ୍ୟ ସାମଗ୍ରୀ ପରିବହନ ହେବା ସହ ବାଂଲାଦେଶକୁ ମଧ୍ୟ ଖାଦ୍ୟ ସାମଗ୍ରୀ ଯାଉଛି । ଆଉ ଶ୍ରମିକମାନେ ମାଲ ଲୋଡିଂ-ଅନଲୋଡିଂ କାମ କରୁଛନ୍ତି । ହେଲେ ଏହି ଜୁନାଗଡ ରେକ୍ ପଏଣ୍ଟରେ ଆନୁସଙ୍ଗିକ ବ୍ୟବସ୍ଥା ନଧିବାରୁ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଗୋଟିଏ ରେକ ପଏଂଟରେ ସାମଗ୍ରୀ ଭର୍ତି ହୋଇଗଲେ ରେଳ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କା ମିଳେ । ହେଲେ ଏଠାରେ କାମ କରୁଥିବା ଶ୍ରମିକଙ୍କ ପ୍ରାଥମିକ ସୁବିଧା ଯୋଗାଇବା ଦିଗରେ ଆଖିଦୃଶିଆ ପଦକ୍ଷେର ନେଉ ନାହିଁ ବିଭାଗ । ଜୁନାଗଡ ରେକ୍ ପଏଂଟରେ ପିଇବା ପାଇଁ ପାଣିର ସୁବିଧା ନଥିବା ବେଳେ ବିଜୁଳି ନାହିଁ କହିଲେ ଚଳେ । ଏଠାରେ ୧୨ଟି ସୋଲାର ଲାଇଟ୍ ଲାଗିଥିବା ବେଳେ ୬ଟି ଅଂଚଳ, ତେଣୁ ସଂଜ ନଇଁବା କ୍ଷଣି କାମ ବନ୍ଦ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ଜୁନାଗଡ ବଣିକ ସଂଘ ସଭାପତି ଓ ବ୍ୟବସାୟୀ ।

ଦେଶ-ବିଦେଶକୁ ଖାଦ୍ୟ ସାମଗ୍ରୀ ପରିବହନ ହେଉଥିବା ଏହି ରେକ୍ ପଏଂଟରେ ଶ୍ରମିକଙ୍କ ପ୍ରାଥମିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ଯଦି ଆଗାମି ଦିନର୍ ଶ୍ରମିକଙ୍କ ପାଇଁ ପାଣି, ବିଜୁଳି ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାନଯାଏ, ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ନେତା ।