୨୦୨୪ ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ନୂଆ ଟିମ୍ । ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ, ପୁଣିଥରେ ବୈଜୟନ୍ତଙ୍କୁ ମିଳିଲା ସୁଯୋଗ ।

୨୦୨୪ ନିର୍ବାଚନ ପୂର୍ବରୁ ନଡ୍ଡାଙ୍କ ନୂଆ ଟିମ୍ । ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ, ପୁଣିଥରେ ବୈଜୟନ୍ତଙ୍କୁ ମିଳିଲା ସୁଯୋଗ ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି ।
ନଡ୍ଡାଙ୍କ ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ଯେଉଁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ନେତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମିଳିଛି । ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ରଘୁବର ଦାସ, ବୈଜୟନ୍ତ ପଣ୍ଡାଙ୍କ ଭଳି ଚେହେରାଙ୍କୁ ନଡ୍ଡାଙ୍କ ଟିମରେ ସ୍ଥାନ ମିଳିଛି ।

ସେହିଭଳି ଦଳର କିଛି ନେତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି ନଡ୍ଡା । ଉତ୍ତରପ୍ରଦେଶରୁ ସାଂସଦ ଥିବା ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲଙ୍କ ସହ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ନଡ୍ଡା । ସେହିଭଳି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲା ଅନୀଲ ଆଣ୍ଟୋନିଙ୍କୁ ରାଷ୍ଟ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe