ମାଓବାଦୀଙ୍କ ବିରୋଧରେ ଏକାଠି ହେଲା ୪ ରାଜ୍ୟର ସାମ୍ବାଦିକ । ଗଣମାଧ୍ୟମକୁ ମାଓ ଧମକର କଲେ ପ୍ରତିବାଦ ।

150

କନକ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଏକାଠି ହେଲେ ୪ ରାଜ୍ୟର ସାମ୍ବାଦିକ । ଛତିଶଗଡ ବସ୍ତର ଜିଲ୍ଲାର ଜଗଦଲପୁର ଠାରେ ପ୍ରାୟ ୨୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ମାଓବାଦୀଙ୍କ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଧମକ ଚମକ ଘଟଣାକୁ ବିରୋଧ କରିଛନ୍ତି । କିଛି ଦିନ ତଳେ ମାଲକାନଗିରି ସୀମାନ୍ତ ସକୁମା ଓ ବିଜାପୁର ଜିଲ୍ଲାରେ ଦୁଇ ସାମ୍ବାଦିକଙ୍କୁ ବିଭିନ୍ନ ଅଭିଯୋଗ ନେଇ ହତ୍ୟା ଧମକ ଦେଇଥିଲେ ମାଓବାଦୀ । ଏହାର ପ୍ରତିବାଦରେ ଛତିଶଗଡ, ଓଡିଶା, ଆନ୍ଧ୍ର ଓ ତେଲେଙ୍ଗାନାର ମାଓ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶେଷରେ ଗଣମାଧ୍ୟମ ଆଗରେ ମୁଣ୍ଡ ନୁଆଇଛନ୍ତି ମାଓବାଦୀ । ଏକ ପ୍ରେସ ବିବୃତି ଜାରି କରି ସାମ୍ବାଦିକଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରି ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ଅପିଲ କରିଛନ୍ତି ନକ୍ସଲ ।