ସାମ୍ବାଦିକଙ୍କୁ ବାଣୀବିହାର ଛାତ୍ରଙ୍କ ମାଡ ଘଟଣା ! ଡିଜି କହିଲେ ଦୋଷୀଙ୍କୁ କରାଯାଇଛି ଚିହ୍ନଟ, ଖୁବଶିଘ୍ର ହେବ କାର୍ଯ୍ୟାନୁଷ୍ଠାନ ।

122

କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱରରେ ଜଣେ ସାମ୍ବାଦିକଙ୍କୁ ମାଡ ଘଟଣାକୁ ତିବ୍ର ନିନ୍ଦା କରିଛି ଓଡିଶା ସାମ୍ବାଦିକ ମଂଚ । ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଅପରାଧିଙ୍କୁ ଚିହ୍ନଟ କରାଯାଇଛି ଓ କମିସନରେଟ ପୁଲିସକୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆହୋଇଛି ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

ଗତକାଲି ଜଣେ ସାମ୍ବାଦିକ ମହାରାଜା ହଲକୁ ସିନେମା ଦେଖିବା ପାଇଁ ଯାଇଥିଲେ । ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପୂର୍ବତନ ସଭାପତି ପ୍ରାର୍ଥୀ ସୌମ୍ୟରଂଜନ ମହାପାତ୍ର ଓ ତାଙ୍କର ସହଯୋଗୀମାନେ କିଛି ମହିଳାଙ୍କୁ କମେଣ୍ଟ ମାରୁଥିଲେ । ଆଉ ଏହାକୁ ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ସାମ୍ବାଦିକଙ୍କୁ ପକ୍ଷରୁ ଗତକାଲି ସହିଦ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା । ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୋଲିସ ଡିଜିଙ୍କୁ ଭେଟିଥିଲା ଓଡିଶା ସାମ୍ବାଦିକ ମଞ୍ଚ ।