କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ । ଫଟୋ ସେସନ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଏକାଠି ହୋଇଛନ୍ତି । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଗ୍ରୁପ୍ ଫଟୋ ଉଠା ଚାଲିଛି । ତିନିଟି ଗ୍ରୁପରେ ଫଟୋ ସେସନ୍ କରାଯିବ । ପ୍ରଥମ ଫଟୋରେ ଲୋକସଭା ଓ ରାଜ୍ୟସଭା ସମସ୍ତ ସଦସ୍ୟ ରହିବେ । ଦ୍ୱିତୀୟ ଫଟୋରେ କେବଳ ରାଜ୍ୟସଭା ସଦସ୍ୟ ଏବଂ ତୃତୀୟ ଫଟୋରେ କେବଳ ଲୋକସଭା ସଦସ୍ୟ ରହିବେ । ସେଣ୍ଟ୍ରାଲ ହଲ୍ ସାମ୍ନାରେ ଏହି ଫଟୋ ସେସନ୍ କାର୍ଯ୍ୟକ୍ରମ ଚାଲିଛି ।

Advertisment

ନୂଆ ସଂସଦରେ ଅଧିବେଶନ
ଆଜି କ’ଣ କ’ଣ ହେବ ?

- ଦିନ ୧୧ଟାରେ ସେଣ୍ଟ୍ରାଲ ହଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
- ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟସଭା ଓ ଲୋକସଭାର ସମସ୍ତ ସଦସ୍ୟ ପହଂଚିବେ
- ଦିନ ୧୨ଟା ୩୫ ପର୍ଯ୍ୟନ୍ତ ସେଣ୍ଟ୍ରାଲ ହଲରେ କାର୍ଯ୍ୟକ୍ରମ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି କରିବେ ସମ୍ବୋଧନ
- ଜଗଦୀପ ଧନଖଡ଼, ଅଧୀର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମ୍ବୋଧନ
- ସମ୍ବିଧାନର କପି ନେଇ ନୂଆ ସଂସଦ ଭବନ ଯିବେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଖାଲି ପାଦରେ ଚାଲି ଚାଲି ଯିବେ ନୂଆ ସଂସଦ ଭବନ
- ପ୍ରଧାନମନ୍ତ୍ରୀଙ୍କ ପଛେ ପଛେ ଯିବେ ସମସ୍ତ ଏନଡିଏ ସାଂସଦ
- ଦିନ ୧ଟା ୧୫ରେ ନୂଆ ସଂସଦ ଭବନରେ ଲୋକସଭା ଅଧିବେଶନ
- ଲୋକସଭାକୁ ସମ୍ବୋଧନ କରିବେ ବାଚସ୍ପତି ଓମ୍ ବିର୍ଲା
- ୨ଟା ୧୫ ମନିଟରେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବ