ଆସନ୍ତାକାଲି ଠାରୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ । ରାଜସ୍ଥାନରେ ପହଂଚିଲେ ଆମେରିକୀୟ ସେନା । ଦୁଇ ସପ୍ତାହ ଧରି ଚାଲିବ କାର୍ଯ୍ୟକ୍ରମ

95

କନକ ବ୍ୟୁରୋ : ସୋମବାରଠାରୁ ପାକିସ୍ତାନ ସୀମାନ୍ତରେ ଭାରତ-ଆମେରିକାର ସୈନ୍ୟମାନେ ଦୁଇ ସପ୍ତାହ ଧରି ମିଳିତ ସମରାଭ୍ୟାସ କରିବେ । ଏନେଇ ରବିବାର ଦିନ ଆମେରିକାର ସୈନ୍ୟମାନେ ରାଜସ୍ଥାନରେ ପହଂଚିଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୭୦ ଜଣ ଆମେରିକୀୟ ସୈନ୍ୟ ରାଜସ୍ଥାନରର ସୁରଟଗଡରେ ପହଂଚିଥିବା କହିଛନ୍ତି ପ୍ରତିରକ୍ଷା ଅଧିକାରୀ । ସେମାନେ ରାଜସ୍ଥାନରେ ପହଂଚିବାରେ ସମରାଭ୍ୟାସ ସ୍ଥଳି ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଅଭିମୁଖେ ଯାତ୍ରା କରିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି । ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଏହା ହେଉଛି ଆମେରିକା ସମରାଭ୍ୟାସର ୧୬ ଶ ସଂସ୍କରଣ ବୋଲି ସେ ସୂଚନା ଦେଇଛନ୍ତି । ଏହି ସମରାଭ୍ୟାସ ଫେବୃଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକାରେ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ପ୍ରଥମ ମିଳିତ ସମରାଭ୍ୟାସ ।