ଭିସା ନିୟମ କୋହଳ କରିବେ ବାଇଡ଼େନ୍ : ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ଫାଇଦା

135

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ଆମେରିକାର ଶାସନ ଭାର ନିଜ ହାତକୁ ନେବା ପରେ ବାଇଡେନ୍ କେଉଁ ସବୁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭିସା ନିୟମ କୋହଳ କରିବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ଫାଷ୍ଟର ନାରା ଦେଇ ଭିସା ନିୟମକୁ କଡାକଡି କରିବା ସହିତ ଇମିଗ୍ରେସନ କଟକଣା ଲଗାଇଥିଲା ଟ୍ରମ୍ପ ପ୍ରଶାସନ । ହେଲେ ଭିସା ନିୟମକୁ କୋହଳ କରିବା ଭଳି ସଂକେତ ଦେଇସାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ।

  • ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଭିସା ନିୟମରେ କୋହଳ କରିବେ ବାଇଡେନ୍
  • ପୂର୍ବ ଘୋଷଣା ଅନୁସାରେ ଏଚ୍-୧ (ବି) ଭିସା ନିୟମରେ ସୁଧାର ଆଣିବେ
  • ଭିସା ନିୟମ କୋହଳ ହେଲେ ପ୍ରବାସୀ ଭାରତୀୟଙ୍କୁ ଫାଇଦା ମିଳିବା ସମ୍ଭାବନା
  • ଭିସା ନିୟମ କୋହଳ ହେଲେ ଇଚ୍ଛା ମୁତାବକ ପରିବର୍ତ୍ତନ କରିହେବ ଚାକିରି
  • ଆମେରିକାରେ ୧.୧ କୋଟି ଅବୈଧ ପ୍ରବାସୀଙ୍କୁ ବୈଧ କରିବାକୁ ଘୋଷଣା
  • ଏମାନଙ୍କ ଭିତରୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟଙ୍କୁ ହୋଇପାରେ ଫାଇଦା