ଆମେରିକାରେ ଆରମ୍ଭ ଜୋ ବାଇଡେନ୍ ଶାସନ : ୧୦ଦିନରେ ୪ ବଡ ସଙ୍କଟର ହେବ ସମାଧାନ

236

କନକ ବ୍ୟୁରୋ : ବାଇଡେନଙ୍କ ଶପଥ ସମାରୋହ ସହ, ଆମେରିକାରେ ଶେଷ ହୋଇଯିବ ଟ୍ରମ୍ପ ଯୁଗ । ହେଲେ ଏକ ଏମିତି ସମୟରେ ଆମେରିକାର ଦାୟିତ୍ୱ ଭାର ସମ୍ଭାଳିବେ ବାଇଡେନ୍, ଯେତେବେଳେ କରୋନା ମହାମାରୀ ଦେଶକୁ କଲବଲ କରୁଛି । ଅର୍ଥନୀତି ଦୁର୍ବଳ ହୋଇ ପଡିଥିବାବେଳେ ଲୋକେ ରୋଜଗାର ହରାଇଛନ୍ତି । ତେଣୁ କ୍ଷମତାକୁ ଆସିବାର ୧୦ ଦିନ ଭିତରେ ଆମେରିକା ସାମ୍ନା କରୁଥିବା ୪ଟି ବଡ ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନେବେ ନବନିର୍ବାଚିତ ରାଷ୍ଟ୍ରପତି ।

  • ଦାୟିତ୍ୱ ନେବାର ୧୦ ଦିନ ଭିତରେ ୪ଟି ବଡ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ଜୋ ବାଇଡେନ୍ ।
  • କରୋନା ମହାମାରୀ, ଦୁର୍ବଳ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଓ ବର୍ଣ୍ଣ ବୈଷମ୍ୟ ଦୂର କରିବାକୁ ନେବେ ପଦକ୍ଷେପ ।
  • ଶପଥ ନେବାପରେ ଡର୍ଜନରୁ ଅଧିକ ଆଦେଶରେ ହସ୍ତାକ୍ଷର କରିବେ ବାଇଡେନ୍ ।
  • କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୫ ହଜାର ଥିବାବେଳେ ପ୍ରତି ସପ୍ତାହରେ ୧ ଲକ୍ଷ ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି ।
  • କରୋନା ମହାମାରୀ ଅର୍ଥନୀତକୁ ଦୁର୍ବଳ କରି ପକାଇଛି ଓ ଲୋକଙ୍କ ରୋଜଗାର ଛଡାଇ ନେଇଛି ।
  • ଅର୍ଥନୀତିରେ ସୁଧାର ପାଇଁ ୧.୯ ଟ୍ରିଲିୟନ ଡଲାର ପୁଞ୍ଜି ବିନିଯୋଗ ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ଜୋ ବାଇଡେନ୍ ।
  • କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣକୁ ଜୋରଦାର କରିବା ଲାଗି ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।
  • ଦାୟିତ୍ୱ ନେବାର ପ୍ରଥମ ଦିନରେ ପ୍ୟାରିସ ଜଳବାୟୁ ବୁଝାମଣାରେ ଆମେରିକା ପୁନଃ ସାମିଲ ହେବାଲାଗି ହସ୍ତାକ୍ଷର କରିବେ ।
  • ଟ୍ରମ୍ପ ପ୍ରଶାସନ ଦ୍ୱାରା ୭ଟି ଇସଲାମିକ ରାଷ୍ଟ୍ର ଉପରେ ଲଗାଯାଇଥିବା ପ୍ରବେଶ ପ୍ରତିବନ୍ଧକକୁ ହଟାଇଦେବେ ବାଇଡେନ୍ ।
  • ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଦୁଇଟି ବଡ ପ୍ରତିବନ୍ଧକକୁ ହଟାଇ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ବାଇଡେନ୍ ।