ଆସିଲା ଜିଓ ଗୁପଚୁପ୍ ! ୧୦୦ଟଙ୍କାରେ ଖାଆନ୍ତୁ ମନଭରି . . କେଉଁଠି ମିଳୁଛି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

32

ମାଗଣା ଡାଟା ଏବଂ ଭଏସ୍ କଲ୍ ପାଇଁ ଜିଓକୁ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି ଜିଓ ଗୁପଚୁପ୍ । କେବଳ ନାଁ ନୁହେଁ ଏହାର ଅଫର୍ ମଧ୍ୟ ରହିଛି ଜିଓ ପରି ଧମାକାଦାର । ଗୁଜୁରାଟର ପୋରବନ୍ଦର ନିକଟରେ ରବି ଜଗଦମ୍ବା ନାମକ ଜଣେ ବ୍ୟକ୍ତି ଏହି ଗୁପଚୁପ୍ ବିକ୍ରି କରୁଛନ୍ତି । ଟେଲିକମ୍ କମ୍ପାନୀ ଜିଓର ଶସ୍ତା ପ୍ଲାନରେ ପ୍ରଭାବିତ ହୋଇ ରବି ଏହି ପଦକ୍ଷେପ ନେଇଛନ୍ତି ।

ଜିଓ ଗୁପଚୁପ ଅଫର୍ :

ସୂଚନା ମୂତାବକ , ଗ୍ରାହକ ମାନଙ୍କ ପାଇଁ ରବି ଦୈନିକ ଏବଂ ମାସିକିଆ ଦୁଇ ପ୍ରକାର ଅଫର୍ ରଖିଛନ୍ତିି । ଦୈନିକ ଅଫର୍ ଅନୁସାରେ ୧୦୦ଟଙ୍କା ଦେଇ ମନଇଛା ଅସୀମିତ ଗୁପଚୁପ୍ ଖାଇପାରିବେ । ସେହିପରି ମାସିକ ଅଫର୍ ହେଉଛି ୧୦୦୦ଟଙ୍କା । ଏହି ଅଫର୍ ଅନୁସାରେ, ୧୦୦୦ଟଙ୍କା ଦେଇ ପୁରା ମାସ ଅସୀମିତ ଗୁପଚୁପର ଆନନ୍ଦ ନିଅନ୍ତୁ ।