ଦୂରସଞ୍ଚାର କ୍ଷେତ୍ରରେ ଜିଓର ୬ ବର୍ଷ ପୂର୍ତ୍ତି । ପ୍ରତି ବ୍ୟକ୍ତିଙ୍କ ଡାଟା ବ୍ୟବହାର ୧୦୦ ଗୁଣ ଅଧିକ ବୃଦ୍ଧି । ଡାଟା ମୂଲ୍ୟ ହ୍ରାସ ପାଇଛି ୯୫ ପ୍ରତିଶତ ।

95

କନକ ବ୍ୟୁରୋ: ଦୂରସଞ୍ଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ୬ବର୍ଷ ମଧ୍ୟରେ ଦୂରସଞ୍ଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦ ଗୁଣରୁ ଅଧିକ ବୃଦ୍ଧି ହାସଲ କରିଛି । ଟ୍ରାଇ ତଥ୍ୟ ଅନୁଯାୟୀ ଜିଓ ସେବା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଗ୍ରାହକ ଗୋଟିଏ ମାସରେ ହାରାହାରି ମାତ୍ର ୧୫୪ ଏମବି ଡାଟା ବ୍ୟବହାର କରୁଥିଲେ । ସମ୍ପ୍ରତି ଡାଟା ବ୍ୟବହାର ପରିମାଣ ୧୦୦ ଗୁଣ ବୃଦ୍ଧିପାଇ ପ୍ରତି ମାସରେ ପ୍ରତ୍ୟେକ ଗ୍ରାହକଙ୍କ ପିଛା ହାରାହାରି ୧୫.୮ ଜିବି ସ୍ତରରେ ପହଞ୍ଚିଛି । ସେହି ସମୟରେ ଜିଓ ବ୍ୟବହାରକାରୀ ପ୍ରତି ମାସରେ ହାରାହାରି ପ୍ରାୟ ୨୦ ଜିବି ଡାଟା ବ୍ୟବହାର କରୁଛନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ ରହିଛି ।

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ଦୀପାବଳୀ ସୁଦ୍ଧା ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିସାରିଛନ୍ତି । ୫ଜି ପ୍ରଚଳନ ପରେ ଡାଟା ବ୍ୟବହାରରେ ଆଶାତୀତ ବୃଦ୍ଧି ଘଟିବା ସମ୍ଭାବନା ରହିଛି । ସମ୍ପ୍ରତି ପ୍ରକାଶିତ ଏରିକ୍ସନ ମୋବିଲିଟି ରିପୋର୍ଟରେ ଅନୁମାନ କରାଯାଇଛି ଯେ ୫ଜି ପ୍ରଚଳନ ପରେ ଡାଟା ବ୍ୟବହାର ଆଗାମୀ ତିନିବର୍ଷ ମଧ୍ୟରେ ୨ଗୁଣରୁ ଅଧିକ ବୃଦ୍ଧିପାଇବ । ଟେଲିକମ୍ ଶିଳ୍ପ ସମ୍ପର୍କରେ ଅବଗତ ବ୍ୟକ୍ତିବିଶେଷଙ୍କ କହିବା କଥା ଯେ ୫ଜି ପ୍ରଯୁକ୍ତିର ଉଚ୍ଚତମ ପ୍ରଦର୍ଶନ ଏବଂ ହାଇ ସ୍ପିଡ କାରଣରୁ ଅଧିକ ସଂଖ୍ୟାରେ ବ୍ୟବହାରକାରୀଙ୍କୁ ଏହା ଆକୃଷ୍ଟ କରିବ । ଏଥିସହିତ ଭିଡିଓ ଚାହିଦାରେ ମଧ୍ୟ କ୍ଷିପ୍ର ବୃଦ୍ଧି ସମ୍ଭବ ହେବ । ଯାହାଦ୍ୱାରା ଡାଟା ଚାହିଦାରେ ଆହୁରି ବୃଦ୍ଧି ଘଟିବ ।

୪ଜି ପ୍ରଯୁକ୍ତି ଏବଂ ସ୍ପିଡରେ ରିଲାଏନ୍ସ ଜିଓର ରେକର୍ଡ ବେଶ ଦମଦାର ରହିଛି । ଏବେ ୫ଜିକୁ ନେଇ ମଧ୍ୟ କମ୍ପାନୀର ବୃହତ ଯୋଜନା ଆସିବାକୁ ଯାଉଛି । କନେକ୍ଟେଡ ଡ୍ରୋନ, କନେକ୍ଟେଡ ଆମ୍ବୁଲାନ୍ସ- ହସ୍ପିଟାଲ୍, କନେକ୍ଟେଡ କ୍ଷେତ- ଗୋଦାମ, କନେକ୍ଟେଡ ସ୍କୁଲ-କଲେଜ, ଇକମର୍ସ ଇଜ୍, ଅବିଶ୍ୱସନୀୟ ସ୍ପିଡ ସହିତ- ମନୋରଞ୍ଜନ, ରୋବୋଟିକ୍ସ, କ୍ଲାଉଡ ପିସି, ଇମର୍ସିଭ ଟେକ୍ନୋଲୋଜି ସହିତ ଭର୍ଚୁଆଲ ଥିଙ୍ଗସ୍ ଆଦି ପ୍ରଯୁକ୍ତିକୋ÷ଶଳରେ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ୬ ବର୍ଷ ପୂର୍ବରୁ ଯେତେବେଳ ଜିଓର ଶୁଭାରମ୍ଭ କରିଥିଲେ, ସେତେବେଳେ କାହା ମନ ଭିତରେ ନଥିଲା ଯେ ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓ କେବଳ ଦେଶର ନୁହେଁ, ଦୁନିଆର ସବୁଠାରୁ ବଡ ଦୂରସଂଚାର କମ୍ପାନୀରେ ପରିଗଣିତ ହେବ । ସମ୍ପ୍ରତି ଜିଓ ଭାରତରେ ୪୧ କୋଟି ୩୦ ଲକ୍ଷ ମୋବାଇଲ ଏବଂ ପ୍ରାୟ ୭୦ ଲକ୍ଷ ଜିଓଫାଇବର ଗ୍ରାହକ ସହିତ ୩୬% ବଜାର ଅଂଶ ହାସଲ କରିଛି । ରାଜସ୍ୱ ଦୃଷ୍ଟିରୁ ଏହାର ବଜାର ଅଂଶ ୪୦.୩% ରହିଛି । ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ବଳରେ ଆଗାମୀ ଦିନଗୁଡିକରେ କିଭଳି ପରିବର୍ତନ ଆସିବ ଅଥବା ଅଣାଯାଇପାରିବ, ତାହା କମ୍ପାନୀର ବିଗତ ୬ବର୍ଷର ସଫଳତାରେ ପ୍ରତିପାଦିତ ହୋଇସାରିଛି ।

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ୬ ବର୍ଷ

ଦେଶର ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ର ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଛଅ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ।
ଟ୍ରାଇ ପକ୍ଷରୁ ପ୍ରକାଶିତ ଟେଲିକମ ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୩.୨୮ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧.୩୬ କୋଟି ମୋବାଇଲ ଗ୍ରାହକ ହାସଲ ସହ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨.୯୬ କୋଟି ସକ୍ରିୟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ସର୍ବାଧିକ ୪୫.୨ ପ୍ରତିଶତ ଜିଓ ସହିତ ରହିଛନ୍ତି । ସେହିଭଳି ଟ୍ରାଇ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨ ପ୍ରତିଶତରୁ ଊଦ୍ଧ୍ୱର୍ ଭାଗ ହାସଲ କରିଛି ଜିଓ ।

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ମଧ୍ୟ ଏହି ଛଅବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିଛି । ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବ ପ୍ରଭାବ ଅଭୂତପୂର୍ବ ରହିଛି । ଓଡ଼ିଶାର ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ରହିଥିବା ୮.୭ ଲକ୍ଷରୁ ପ୍ରାୟ ୧୫ ଗୁଣ ବୃଦ୍ଧିପାଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି । ରାଜ୍ୟର ଗ୍ରାମାଞ୍ଚଳରେ ଆସିଥିବା ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ନେଟୱର୍କ ଓ ଦୁର୍ଗମ ଅଞ୍ଚଳଗୁଡ଼ିକୁ ୪ଜି ନେଟୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରୋନା ମହାମାରୀ ସମୟରେ ଅନଲାଇନ ପାଠପଢାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି । କୋରାପୁଟର ଦୁର୍ଗମ ନାରାୟଣପାଟଣା ଓ ଆଲମୋଣ୍ଡାଠାରୁ ଆରମ୍ଭ କରି ମାଲକାନଗିରିର କୁଟୁଣିପଲ୍ଲୀ, ଗଜପତିର କରଚବାଡି ଓ ଗୁମ୍ମା, କନ୍ଧମାଳର ଚାଚେଂଡି, ସିମିଳିପାଳର ଲାଞ୍ଜିଘୋଷରା, ଝାରସୁଗୁଡାର ଖୁଂଟାମାଳ ଓ କେନ୍ଦୁଝରର କାଳିଆହତା ଭଳି ଶତାଧିକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳକୁ ୪ଜି ମୋବାଇଲ ସେବା ଓ ଡିଜିଟାଲ ଇଣ୍ଡିଆ ସହିତ ଯୋଡିଛି ଜିଓ ।

ସେହିଭଳି ସର୍ବାଧିକ ଲୋକପ୍ରିୟ ଜିଓ ଫାଇବର ହାଇ-ସ୍ପିଡ ବ୍ରଡ୍ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ ଜରିଆରେ ରାଜ୍ୟର ୩୫ରୁ ଅଧିକ ପ୍ରମୁଖ ସହରରେ ଉପସ୍ଥିତି ଜାହିର କରିବା ସହିତ ଘରେ ରହି କାମ କରୁଥିବା ପ୍ରଫେସନାଲ ଓ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଥିବା ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଜିଓଫାଇବର ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷରେ ପହଞ୍ଚିଛି ।