ଜିଓର ଦମଦାର ଅଫର ! ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରରେ ମିଳୁଛି ୩୦୦ଜିବି ମାଗଣା ଡାଟା ।

51

ରିଲାଏନ୍ସ ଜିଓ ଗିଗାଫାଇବର ନିଜର ଲଞ୍ଚିଂର ଘୋଷଣା ସମୟରୁ ହିଁ ଚର୍ଚ୍ଚାରେ ରହିଛି। ଅଗଷ୍ଟ ୧୫ରୁ ଜିଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ରେଜିଷ୍ଟ୍ରେନର କିଛିଦିନ ପରେ ରିଲାଏନ୍ସ ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରର ଘୋଷଣା କରିଥିଲା। ଏହି ପ୍ରିଭ୍ୟୁ ଅଫରରେ ରିଲାଏନ୍ସ ଜିଓ ତିନିମାସର ଟ୍ରାଏଲ ଦେଉଛି, ଯେଉଁଥିରେ ବ୍ୟବହାରକାରୀଙ୍କ ଅନୁଭବ ଏଥିରେ ଥିବା ତ୍ରୁଟି ସମ୍ପର୍କରେ ଜଣାପଡ଼ି ପାରିବ।

ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫର ଜରିଆରେ ବ୍ୟବହାରକାରୀ ୯୦ଦିନ ଅର୍ଥାତ୍ ତିନିମାସ ପର‌୍ୟ୍ୟନ୍ତ ୩୦୦ଜିବି ମାଗଣା ଡାଟା ମିଳିବ। ଏହି ଡାଟା ପ୍ରତି ମାସ ୧୦୦ଜିବି ହିସାବରେ ମିଳିବ। ପ୍ରିଭ୍ୟୁ ଅଫର ଜରିଆରେ ପ୍ରତି ମାସରେ ୧୦୦ଜିବି ଡାଟା ଶେଷ ହେବା ପରେ ବ୍ୟବହାରକାରୀ ୪୦ଜିବି ଅତିରିକ୍ତ ମାଗଣା ଡାଟାର ବି ଫାଇଦା ଉଠାଇ ପାରିବେ। ୪୦ଜିବି ଅତିରିକ୍ତ ଡାଟା ଟପ୍-ଅପ୍ ମାଇ ଜିଓ ଆପ୍ କିମ୍ବା ଜିଓ ଡଟ କମ୍ ଜରିଆରେ ପ୍ରାପ୍ତ କରିପାରିବେ । ଜିଓ ଗିଗାଫାଇବର ସ୍ପିଡ ୧ଜିବିପିଏସ୍ ରହିବ। ଜିଓ ଗିଗାଫାଇବର ନେଟଓ୍ଵାର୍କରୁ ବ୍ୟବହାରକାରୀ ୪ର ଭିଡିଓ ଷ୍ଟ୍ରିମ କରି ପାରିବେ ଓ ଗେମ୍ ବି ଖେଳି ପାରିବେ। ଏହି ଅଫର ଜରିଆରେ ଓଏନଟି ପାଇଁ ୪,୫୦୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ ନେଉଛି। ଏହି ଆମାଉଣ୍ଟ ଫେରସ୍ତ ମଧ୍ୟ କରି ଦିଆଯିବ। ଏହାର ପୈଠ ଆପଣ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଓ ଜିଓ ମନି କିମ୍ବା ପେଟିଏମ୍ ଜରିଆରେ କରି ପାରିବେ।