ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏୟାରଟେଲ ପରେ ମୁମ୍ବାଇରେ ଜିଓ ଆରମ୍ଭ କଲା ୫ ଜି ସେବା । ମିଳୁଛି ଆଶ୍ଚର୍ଯ୍ୟ କରିଦେବା ଭଳି ସ୍ପିଡ୍ ।

361

କନକ ବ୍ୟୁରୋ : ଦେଶରେ ୫ ଜି ସେବା ଯୋଗାଇ ଦେବାକୁ ମୋବାଇଲ ନେଟୱାର୍କ କମ୍ପାନୀ ମାନେ କାମ ଆରମ୍ଭ କରିଦେଇଛନ୍ତି । ଏନେଇ ଟେଲିକମ୍ କମ୍ପାନୀମାନେ ପରୀକ୍ଷା କରିବାରେ ଲାଗିଛନ୍ତି । କିଛିଦିନ ତଳେ ଭାରତୀ ଏୟାରଟେଲ କମ୍ପାନୀ ଗୁରୁଗ୍ରାମରେ ୫ ଜି ସେବା ଆରମ୍ଭ କରିଥିବା । ଏଥିରେ ଡାଉନଲୋଡ ସ୍ପିଡ ୧ ଜିବିପିଏସ୍ ପର୍ଯ୍ୟନ୍ତ ଦେଖାଦେଇଥିଲା । ଏବେ ମୁମ୍ବାଇରେ ବି ଜିଓ ପକ୍ଷରୁ ୫ ଜି ସେବା ଆରମ୍ଭ ହୋଇଛି ।

୫ଜି ପରୀକ୍ଷା ପାଇଁ ଜିଓ ଦେଶରେ ଡେଭଲପ୍ କରାଯାଇଥିବା ୫ ଜି ଉପକରଣ ଓ ଟେକ୍ନୋଲୋଜି ବ୍ୟବହାର କରିଛି । ଏହାସହ ଜିଓ ସାମସଙ୍ଗ, ଏରିସନ ଓ ନୋକିଆ ଭରି କମ୍ପାନୀ ମାନଙ୍କ ସହ ଆଲୋଚନା ଜାରି ରଖିଛି । କାରଣ ଆଗାମୀ ଦିନରେ ଅନ୍ୟ ସହର ମାନଙ୍କରେ ଯେଭଳି ୫ଜି ପରୀକ୍ଷଣ ଆରମ୍ଭ କରାଯାଇ ପାରିବ ।

ପରିଚୟ ନ ଦେଇ ଇଟି ର ଜଣେ ସିନିୟର ଅଫିସର କହିଛନ୍ତି କି ରିଲିଆନ୍ସ ଜିଓ ମିଡ ଓ ଏମଏମୱେବ ବେଣ୍ଡସ ଦୁଇଟିକୁ ବ୍ୟବହାର କରି ମୁମ୍ବାଇରେ ୫ ଜି ପରୀକ୍ଷଣ କରିଛି । ଏହା ୪ଜି ଠାରୁ ଅଧିକ ସ୍ପିଡ ହେଉଥିବା କୁହାଯାଇଛି । ସେ ଆହୁରି କହିଛନ୍ତି କି ୫ ଜି ଉପକରଣ ଭାରତରେ ଲୋକାଲ ପାର୍ଟନର ମାନଙ୍କ ସହାୟତାରେ ପ୍ରସ୍ତୁତ କରାଯାଉଛି । ସାଇଡ୍ ଡିପ୍ଲୋଏଡ ମାମଲାରେ ଜିଓ ର ୫ ଜି ପରୀକ୍ଷଣ ସବୁଠାରୁ ବଡ । ଏଭଳି ପରୀକ୍ଷଣ ଖୁବଶୀଘ୍ର ଅନ୍ୟ କିଛି ସହରରେ କରାଯିବ ବୋଲି ସେ କହିଛନ୍ତି ।

ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ହାଇଦ୍ରାବାଦ ରେ ପରୀକ୍ଷଣ କରିବାକୁ ଜିଓ ଆବେଦନ କରିଛି । ଡିପାର୍ଟମେଣ୍ଟ ଓ ଟେଲି କମ୍ୟୁନିକେସନ (ଡିଓଟି) ବର୍ତମାନ ୫ ଜି ଟ୍ରାଏଲ ପାଇଁ ୭୦୦ ଏମଏଚଜି, ୩.୫ ଜିଏଚଜେଡ ଓ ୨୬ ଜିଏଚଜେଡ ବେଣ୍ଡସ୍ ସ୍ପେକ୍ଟ୍ରମ ଏୟାରଟେଲ , ରିଲିଆନ୍ସ ଜିଓ ଓ ଭୋଡାଫୋନ ଆଇଡିଆ (ଭିଆଇ) କୁ ଉପଲବ୍ଧ କରାଇଛି ।