ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ଆକର୍ଷଣୀୟ ଅଫର ।

ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି ।

468

ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ମାତ୍ର ୧୬୯୯ ଟଙ୍କା ଦେଇ ୩୬୫ ଦିନ ଅର୍ଥାତ୍ ସଂପୂର୍ଣ୍ଣ ୧ ବର୍ଷ ପାଇଁ ସେବା ପାଇପାରିବେ । ଏହି ପ୍ଲାନ ଅନୁସାରେ ଦିନକୁ ୧.୫ ଜିବି ୪-ଜି ଡାଟା ମିଳିବ । ଏହାର ଅର୍ଥ ହେଉଛି ବର୍ଷକୁ ଗ୍ରାହକ ମୋଟ ୫୪୭.୫ ଜିବି ଡାଟା ପାଇପାରିବେ ।

ସୂଚନା ଅନୁଯାୟୀ, ଅନେକ ସମୟରେ ଜିଓ ଗ୍ରାହକମାନଙ୍କୁ ଆକର୍ଶଣିୟ ଅଫର ଦେଇ ଆସୁଛି । ଗ୍ରାହକମାନେ ମଧ୍ୟ ଜିଓ ଅଫରକୁ ଉପଭୋଗ କରିବା ସହ ସନ୍ତୁଷ୍ଟି ଲାଭ କରିଥିବା ଦେଖିବାକୁ ମିଳିଛି । ଠିକ ସେହିଭଳି ରିଲାଏନ୍ସ ଜିଓ ଚଳିତ ବରିଷ ଦିପାବଳୀ ଉପଲକ୍ଷେ ଗ୍ରାହମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛନ୍ତି । ଜିଓ ଉପଭୋକ୍ତାମାନେ ଅନଲିମିଟେଡ କଲିଂ ଓ ଦିନକୁ ୧୦୦ ଏସଏମଏସ ପାଇପାରିବେ । ଏହାକୁ କୌଣସି ଟେଲିକମ ଅପରେଟର ପକ୍ଷରୁ ଘୋଷଣା କରାଯାଇଥିବା ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ ବୋଲି କୁହାଯାଉଛି । ତେବେ ଜିଓ ପରେ ଅନ୍ୟ କମ୍ପାନିମାନେ ମଧ୍ୟ ସମାନ ଅଫର ଆଣିବାର ସମ୍ଭାବନା ରହିଛି । ଅବଶ୍ୟ ବିଏସଏନଏଲର ଏପରି ଏକ ୧୬୯୯ ଟଙ୍କିଆ ପ୍ଲାନ ରହିଛି, କିନ୍ତୁ ତାହା ୩ଜି ସେବା ପାଇଁ ଉଦ୍ଦିଷ୍ଟ । କିଛିଦିନ ପୂର୍ବେ ଜିଓ ପକ୍ଷରୁ ଦୀପାବଳୀ ଅଫର ଘୋଷଣା କରାଯାଇଥିଲା । ଏହା ମାଧ୍ୟମରେ କମ୍ପାନି ୧୦୦ ପ୍ରତିଶତ କ୍ୟାସବ୍ୟାକ ଦେଉଛି ।