କନକ ବ୍ୟୁରୋ : ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ବଖରାଏ ଘର । ଦୁର୍ଘଟଣାରୁ ପରିବାରର ୩ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଲମତିବାହଲ ହନୁମାନ ନଗରରେ ଏହି ଅଘଟଣ ଘଟିଛି । ସୂଟନାନୁସାରେ, ସକାଳୁ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିବା ସୂଚନା ମିଳିଛି । ଏହି ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ଘରେ ଥିବା କୁଳର,ଆଜବେଷ୍ଟର ଏପରିକି କାନ୍ତ ମଧ୍ୟ ଭାଙ୍ଗି ଯାଇଛି କିନ୍ତୁ ସୌଭାଗ୍ୟ ବଶତଃ କାହାରି ଜୀବନ ହାନି ହୋଇନଥିବା ସୂଚନା ମିଳିଛି ।
ତେବେ ହନୁମାନ ନଗରଠାରେ ରହୁଥିବା ଭଗତ ସିଂ ଙ୍କ ଭଡାଘରେ ରହୁଥିବା ଅନିତା ସିଂଙ୍କ ଘରେ ଆଜି ସକାଳୁ ଗ୍ୟାସ ସିଲିଣ୍ଡରଟି ଫାଟିଯାଇଥିଲା । ଘଟଣାସ୍ଥଳରେ ଓରିଏଣ୍ଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଲୋକେ ଗ୍ୟାସ ସିଲିଣ୍ଡରରେ ଅନେକ ସମୟରେ ଗ୍ୟାସ ଲିକ ହେଉଥିବା ଏବଂ ତାହାର ସଠିକ ନିରୀକ୍ଷଣ ନ କରାଯାଇ ଗ୍ରାହକଙ୍କୁ ଦିଆଯାଉଥିବାରୁ ଏପରି ଦୁର୍ଘଟଣା ହେଉଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-13-10h22m04s149.png)